ଭୁବନେଶ୍ୱର: ଜମି ଡିମାର୍କସେନ ପାଇଁ ଦୌଡିବାକୁ ପଡିବନି ତହସିଲ ଅଫିସ। ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ, ଅମିନ କରିବେ ଜମିର ଡିମାର୍କସେନ। ପ୍ରଥମେ ରାଜସ୍ୱ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡିବ । ମୋବାଇଲ ନମ୍ବର ପଞ୍ଜୀକରଣ କରି ଆବେଦନ କରିବାକୁ ହେବ। ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି ଦେବାକୁ ପଡିବ । ଆବେଦନ ଦାଖଲ ପରେ ତହସିଲଦାର ଆବେଦନ ଯାଞ୍ଚ କରିବେ। ମୋବାଇଲ ନମ୍ବରକୁ ତାରିଖ ଏସଏମଏସ ଭାବେ ଆସିଯିବ।ସେହିଦିନ ତହସିଲ ଅଧିକାରୀ, ଅମିନ ଜମିର ଡିମାର୍କସେନକରିବେ ।










