16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଚାକିରି ବଦଳରେ ଜମି ମାମଲା; ଇଡି ତଦନ୍ତର ସମ୍ମୁଖୀନ ହେଲେ ଲାଲୁ

ଚାକିରି ବଦଳରେ ଜମି ମାମଲା; ଇଡି ତଦନ୍ତର ସମ୍ମୁଖୀନ ହେଲେ ଲାଲୁ

ପାଟ୍‌ନା: ‘ଚାକିରି ବଦଳରେ ଜମି’ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଜେରା କରିଛି। ବିହାର ସ୍ଥିତ ଇଡି ମୁଖ୍ୟାଳୟରେ ହିଁ ଏହି ଜେରା ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ତେବେ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଲାଲୁ ଆସିଥିବା ବେଳେ ଶହଶହ ସମର୍ଥକମାନେ ଇଡି କାର୍ଯ୍ୟାଳୟ ବାହାରେ ଭିଡ ଜମାଇଥିଲେ।

ତେବେ ଲାଲୁଙ୍କୁ କେଉଁସବୁ ପ୍ରଶ୍ନ କରାଯାଇଛି ସେନେଇ କୌଣସି ସୂଚନା ମିଳିପାରିନାହିଁ। ପ୍ରକାଶ, ଲାଲୁଙ୍କ ପୂର୍ବରୁ ଗତକାଲି ରାବ୍ରୀ ଦେବୀ, ତେଜସ୍ୱୀ ଓ ମିଶା ଭାରତୀଙ୍କୁ ମଧ୍ୟ ୭ ଘଣ୍ଟା ଧରି ଇଡି ଜେରା କରିଥିଲା। ପ୍ରକାଶ, ୨୦୦୪ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ଯାଦବ ଲୋକଙ୍କଠାରୁ ଜମି ନେଇ ଚାକିରି କରାଇ ଦେଇଥିବା ଅଭିଯୋଗ ହୋଇଥିଲା। ସେ ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନ୍‌ରେ ଗ୍ରୁପ୍‌-ଡି ଚାକିରି କରାଇ ଦେବା ପାଇଁ ସେ ଲୋକଙ୍କୁ ତାଙ୍କ ନାମରେ କିମ୍ବା ତାଙ୍କ ପରିବାରର କାହା ନାମରେ ଜମି କରାଇ ଦେବାକୁ ସର୍ତ୍ତ ରଖୁଥିବା ଅଭିଯୋଗ ହେବା ପରେ ବିବାଦ ଜୋର ଧରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking