24.1 C
Bhubaneswar
Friday, December 26, 2025
Homeଦେଶ ବିଦେଶଲାଲୁଙ୍କ ଦୃଢ଼ୋକ୍ତି: ଅଗଷ୍ଟରେ ଭାଙ୍ଗିଯିବ ମୋଦୀ ସରକାର; ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ

ଲାଲୁଙ୍କ ଦୃଢ଼ୋକ୍ତି: ଅଗଷ୍ଟରେ ଭାଙ୍ଗିଯିବ ମୋଦୀ ସରକାର; ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଆଜି ପୁଣିଥରେ କେନ୍ଦ୍ରରେ ନବଗଠିତ ମୋଦୀ ସରକାରଙ୍କ ସମ୍ପର୍କରେ ଏକ ବଡ଼ ଦୃଢ଼ୋକ୍ତି କରିଛନ୍ତି । ଲାଲୁଙ୍କ କହିବାନୁସାରେ ଆସନ୍ତା ଅଗଷ୍ଟ ମାସରେ ମୋଦୀ ସରକାର ଭାଙ୍ଗିଯିବ । ଏହାପରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ । ଏପରିକି ଦେଶରେ ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ମଧ୍ୟ ସେ କହିଛନ୍ତି । ଏପରି କହିବା ସହ ସେ ନିଜ ଦଳ ସହ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳର ନେତାଙ୍କୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନା ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଆରଜେଡିର ପ୍ରତିଷ୍ଠା ଦିବସ ଥିବା ବେଳେ ଏହି ଅବସରରେ ନିଜ ଦଳୀୟ କର୍ମୀ ଓ ନେତାଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଲାଲୁ ।
ଲାଲୁ ନିଜର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି, ‘ଦିଲ୍ଲୀରେ ମୋଦୀ ସରକାର ବହୁତ ଦୁର୍ବଳ ଅଛି । ଅଗଷ୍ଟ ସୁଦ୍ଧା ଏହା ନିଶ୍ଚିତ ରୂପେ ଭାଙ୍ଗିଯିବ । ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ, ଏନ୍‌ଡିଏର ସହଯୋଗୀ ଦଳଗୁଡ଼ିକ ଏକାଧିକ କାରଣରୁ ବିଦ୍ରୋହ କରିବା ଆରମ୍ଭ କରିବେ ଏବଂ କେନ୍ଦ୍ରରେ ଥିବା ମେଣ୍ଟ ସରକାର ନିଶ୍ଚିତ ରୂପେ କ୍ଷମତାଚ୍ୟୁତ ହେବ । ଏଣୁ ସମସ୍ତ ଦଳୀୟ କର୍ମକର୍ତ୍ତା ପ୍ରସ୍ତୁତ ରହିବାକୁ ଅପିଲ କରୁଛି, କାରଣ ନିର୍ବାଚନ ଯେକୌଣସି ସମୟରେ ହୋଇପାରେ ।’ ସେହିପରି ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜେଡିୟୁ ଶାସନ କ୍ଷମତା ଲୋଭରେ ନିଜର ବିଚାରଧାରା ସହ ଚୁକ୍ତି କରି ବିଜେପି ସହ ମେଣ୍ଟ କରିଛି । ହେଲେ ଆର୍‌ଜେଡି କେବେ ବି ଚୁକ୍ତି କରିନାହିଁ କିମ୍ବା ବିଜେପି ସମ୍ମୁଖରେ ନତମସ୍ତକ ହେବ ନାହିଁ । ଆରଜେଡିର ଲଢ଼େଇ ସେହି ଲୋକଙ୍କ ସହ ଯିଏ ଦୁର୍ବଳ ଶ୍ରେଣୀୟ ଏବଂ ସରକାରୀ ସୁବିଧା ପାଇବାରୁ ବଞ୍ଚିତ । ଲୋକସଭା ନିର୍ବାଚନରେ ଆରଜେଡିର ଭୋଟ ହାର ୯% ବଢ଼ିବା ବେଶ୍ ଶୁଭ ସୂଚନା । ଆରଜେଡି ୪ଟି ଆସନରେ ବିଜେତା ହୋଇଛି । ଆହୁରି ମଧ୍ୟ ଦଳ ଜିତି ପାରିଥାନ୍ତା । ଆଗକୁ ଯେକୌଣସି ପରିସ୍ଥିତି ପାଇଁ ଦଳକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ହେବ ବୋଲି ତେଜସ୍ୱୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking