19.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶ୧୬ ବର୍ଷୀୟ ନାବାଳକକୁ ନିର୍ମମ ହତ୍ୟା କଲେ ଲାଲବାହିନୀ

୧୬ ବର୍ଷୀୟ ନାବାଳକକୁ ନିର୍ମମ ହତ୍ୟା କଲେ ଲାଲବାହିନୀ

ରାୟପୁର: ଛତିଶଗଡ ସୁକମାରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ପୋଲିସ ଇନଫର୍ମର ସନ୍ଦେହରେ ନାବାଳକକୁ ହତ୍ୟା କରିଛନ୍ତି ନକ୍ସଲ । ମୃତ ଛାତ୍ର ହେଲେ ସୁକମା ଜିଲ୍ଲା ଜଗରଗୁଣ୍ଡା ପୋଲିସ ଥାନା ଅଧିନସ୍ଥ ପୂର୍ବତୀ ଗାଁର ସ୍ୱୟଂମ ଶଙ୍କର । ତାଙ୍କ ବୟସ ୧୬ ବର୍ଷ ହେବ । ତେବେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ସୁକମା ଏସପି କିରଣ ଚୌହ୍ୱାନ କହିଛନ୍ତି, ନାବାଳକର ବୟସ ୧୬ ବର୍ଷ ହେବ । ସେ ଦନ୍ତେୱାଡା ଜିଲ୍ଲାର ପାଲନାର ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ପଢୁଥିଲେ ।

ଗତ ସପ୍ତାହରେ ପରିବାର ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ ସେ ନିଜ ଗାଁ ପୂର୍ବତୀକୁ ଆସିଥିଲା । କିନ୍ତୁ ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ଏହା ପ୍ରଥମ ଘଟଣା ନିକଟରେ ଶଙ୍କରଙ୍କ ଭାଇକୁ ମଧ୍ୟ ହତ୍ୟା କରିଛନ୍ତି ନକ୍ସଲ । ଏସପିଙ୍କ ସୂଚନା ମୁତାବକ, ସ୍ୱଂୟମ ଶଙ୍କରଙ୍କ ବଡଭାଇ ସ୍ୱଂୟମ ସିତାରାମ(୧୯)ଙ୍କୁ ଗତ ୫ରୁ ୬ ଦିନ ତଳେ ମାଓବାଦୀ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ । ପରିବାର ଲୋକେ ତାଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ । ନକ୍ସଲଙ୍କ ଭୟରେ ଶଙ୍କରଙ୍କ ପରିବାର ଗାଁ ଛାଡି କେଉଁ ଆଡେ ଚାଲିଯାଇଛନ୍ତି । ସେପଟେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking