25.1 C
Bhubaneswar
Saturday, February 7, 2026
Homeଓଡିଶାଆସନ୍ତାକାଲି ଅନୁଷ୍ଠିତ ହେବ ଲକ୍ଷପତି ଦିଦି ସମ୍ମିଳନୀ

ଆସନ୍ତାକାଲି ଅନୁଷ୍ଠିତ ହେବ ଲକ୍ଷପତି ଦିଦି ସମ୍ମିଳନୀ

ଭୁବନେଶ୍ୱର:  ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ସଫଳତାକୁ ସମର୍ଥନ ଦେବା ସହ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହେବ । ଆସନ୍ତାକାଲି ତା. ୨୯/୦୫/୨୦୨୮ ରିଖ ଦିନ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଆଧାରିତ ଆର୍ଥିକ କାର୍ଯ୍ୟକଳାପ ଜରିଆରେ ବାର୍ଷିକ ଏକ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ୍ୱ ଆୟ କରିଥିବା ଲକ୍ଷପତି ଦିଦିମାନଙ୍କୁ ପ୍ରୋତ୍ସାହନ ଦେବା ସହ ସମ୍ମାନିତ କରିବେ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ୩ କୋଟି ଲକ୍ଷପତି ଦିଦିଙ୍କୁ ସଶକ୍ତ କରିବା ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସହନ ଦେବାରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ସମ୍ମିଳନୀ ସଶକ୍ତ କରିବ ।

ଅନ୍ୟ ମହିଳାଙ୍କୁ ପ୍ରେରଣା ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ସାରା ଭାରତରୁ ଲକ୍ଷପତି ଦିଦିମାନେ ଗୋଟିଏ ଛାତ ତଳେ ଏକାଠି ହୋଇ ସେମାନଙ୍କର ସଫଳତା ଏବଂ ନିରନ୍ତର ଯାତ୍ରାର କାହାଣୀ ବର୍ଣ୍ଣନା କରିବେ । ଜାତୀୟ ସଂହତି ଏବଂ ଜ୍ଞାନ ଆଦାନପ୍ରଦାନର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ୨୫ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦିଙ୍କ ସମେତ ସରକାରୀ ଅଧିକାରୀ, ଜାତିସଂଘ ପ୍ରତିଷ୍ଠାନ, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଏବଂ ବିଭିନ୍ନ ରାଜ୍ୟ ଜୀବିକା ମିଶନର ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking