ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର କେ ଏଲ ରାହୁଲ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କ ସହ ପ୍ରେମ ବିବାହ କରିଥିଲେ । ତା ସହ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ଗର୍ଭଧାରଣର ଏକ ଖୁସି ଖବର ଦେଇଥିଲେ । ଏହି ଅବସରରେ ସେ ରିମଜିମ ଦାଦୁଙ୍କର ଏକ କଷ୍ଟମ ଡ୍ରେସ ପିନ୍ଧିଥିଲେ । ଯେଉଁଥିରେ ଆଥିଆ ଲେଡି ବସ ଲୁକରେ ଆସିଥିଲେ । ଆଥିଆଙ୍କ ଏହି ସୁକକୁ ଦେଖି ଷ୍ଟାଇଲିଷ୍ଟ ରାହୁଲ ବିଜୟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, କ୍ୟାପସନରେ ଲେଖିଛନ୍ତି ଆଥିଆଙ୍କ ସବୁ ପୋଷାକ ପୁରୁଷ ପୋଷାକ ପରି । ଏହା ତାଙ୍କୁ ପୂରା ଫିଟ ଲାଗୁଛି । ଏହି ସୁନ୍ଦର ଲୁକ ପାଇଁ ରିମଜିମକୁ ଧନ୍ୟବାଦ ଦେଇଛନ୍ତି । ଆଥିଆ ରିନ୍ଧିଥିବା ସୁଟରେ ଏକ ଜ୍ୟାକେଟ ଥିଲା ଯାହା ଟପଲେସ ବ୍ଲେଜର ଏବଂ ଫୁଲ ସ୍ଲିଭ ହ୍ୟାଣ୍ଡ ଥିଲା । ଯେଉଁଥିରେ ଆଥିଆ ବହୁତ ସୁନ୍ଦର ଦେଖାଯାଉଥିଲେ ।