26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଲାଡେନ୍‌ର ଘନିଷ୍ଠ ସହଯୋଗୀ ଅମିନ୍ ଉଲ୍ ହକ୍ ପାକିସ୍ତାନରୁ ଗିରଫ

ଲାଡେନ୍‌ର ଘନିଷ୍ଠ ସହଯୋଗୀ ଅମିନ୍ ଉଲ୍ ହକ୍ ପାକିସ୍ତାନରୁ ଗିରଫ

ଇସଲାମାବାଦ:  ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନର ସଂସ୍ଥାପକ ଓସାମା ବିନ୍ ଲାଡେନ୍‌ର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଅମିନ୍ ଉଲ୍ ହକ୍ ପାକିସ୍ତାନ ଅଧିକୃତ ପଞ୍ଜାବ ପ୍ରାନ୍ତରୁ ଗିରଫ ହୋଇଛି । ପଞ୍ଜାବ ପୁଲିସ୍‌ର ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି), ଅମିନ-ଉଲ୍‌-ହକକୁ ଶୁକ୍ରବାର ଗିରଫ କରିଛି । ସିଟିଡିର ଜଣେ ମୁଖପାତ୍ର କହିଛନ୍ତି ଯେ ପଞ୍ଜାବ ପ୍ରଦେଶରେ ବିଭିନ୍ନ ଗୁଇନ୍ଦା ଏଜେନ୍ସି ସହଯୋଗରେ ଏକ ଯୋଜନାବଦ୍ଧ ଅପରେସନ୍ କରି ଅମିନ-ଉଲ୍‌-ହକ୍‌କୁ ଗିରଫ କରାଯାଇଛି । ରିପୋର୍ଟ ଅନୁସାରେ ଅମିନ୍ ୧୯୯୬ ମସିହାରୁ ଓସାମା ବିନ୍ ଲାଡେନର ଘନିଷ୍ଠ ସହଯୋଗୀ ଥିଲା ଏବଂ ସମଗ୍ର ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପରେ ତା’ର ସମ୍ପୃକ୍ତି ଥିଲା । କିନ୍ତୁ ଆମେରିକା ସେନା, ୨୦୧୧ରେ ଓସାମାକୁ ହତ୍ୟା କରିବା ପରେ ଅମୀନ ନିଖୋଜ ହୋଇଯାଇଥିଲା । ତା’ ସମ୍ପର୍କରେ ଆଉ କୌଣସି ସୂଚନା ମିଳିପାରିନଥିଲା । ତେବେ କିଛି ବର୍ଷ ପୂର୍ବେ ଅମିନ୍‌, ପାକିସ୍ତାନରେ ଲୁଚି ରହିଥିବା ସୂଚନା ମିଳିଥିଲା । ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟସ୍ତରୀୟ ଆତଙ୍କବାଦୀ ଘୋଷିତ ହୋଇଥିବା ଅମୀନ ଲାଡେନ୍ ପରେ ଅଲ୍‌-କାଏଦାର ଅନ୍ୟତମ ମୁଖ୍ୟ ନେତୃତ୍ୱ ଭାବେ ଦାୟିତ୍ୱ ସମ୍ଭାଳିଆସୁଥିଲା ।  ତେବେ ଆଜିର ଏହି ଗିରଫଦାରୀ ସମ୍ପର୍କରେ ପାକିସ୍ତାନର ଆଭ୍ୟନ୍ତରୀଣ (ଗୃହ) ମନ୍ତ୍ରଣାଳୟ ଏ ସମ୍ପର୍କରେ ଏଯାଏ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଅମିନ୍‌କୁ ଗିରଫ କରାଯିବା ପରେ ଏକ ଅଜଣା ସ୍ଥାନକୁ ନିଆଯାଇ ଏବେ ଜେରା କରାଯାଉଛି । ଏହି ଗିରଫଦାରୀ ପାକିସ୍ତାନ ଏବଂ ଏହାର ବିଶ୍ୱବ୍ୟାପୀ ଆତଙ୍କବାଦ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking