32.1 C
Bhubaneswar
Monday, July 1, 2024
Homeଓଡିଶାବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ

ବଲାଙ୍ଗିର : ଗଛ କାଟୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିର ସହର ଡୁଙ୍ଗରିପଡାରେ ଏପରି ଘଟଣା ଘଟିଛି। ମୃତ ଶ୍ରମିକ ଜଣଙ୍କ ହେଲେ କାଲିଝରଣ ଗାଁର କୁମାର ହରପାଳ। ଡୁଙ୍ଗରିପଡାରେ ରହୁଥିବା ଜଣେ ଡାକ୍ତର ନିଜ ଘର ନିକଟରେ ଥିବା ଗଛ କାଟିବା ପାଇଁ କୁମାରଙ୍କୁ ଡାକିଥିଲେ।

ଗତକାଲି କୁମାର ଡାକ୍ତରଙ୍କ ଘର ପାଖରେ ଥିବା ଗଛ କାଟୁଥିଲେ। ଗଛ କାଟୁଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ କୁମାର ଆସିଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। କୁମାରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking