ଚିତ୍ରକୂଟ: ଉତ୍ତର ପ୍ରଦେଶର ଚିତ୍ରକୂଟ ଜିଲ୍ଲାରୁ ଆସିଛି ଏକ ଚକିତ କଲାପରି ଘଟଣା । ମାତ୍ର ୫ ବର୍ଷର ନୀରିହ ପୁଅର ବେକକୁ କୁରାଢୀରେ ହାଣି ମାରିବା ପରେ ଅଭିଯୁକ୍ତ ବାପା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍୍ୟମ କରୁଥିବା ବେଳେ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ହତ୍ୟାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ସୂଚନା ମୁତାବକ, ମଉର ଦୁବାରୀ ଗାଁର ୩୫ ବର୍ଷୀୟ ରାଜକୁମାର ନିଜ ୫ ବର୍ଷର ପୁଅକୁ ରବିବାର ରାତିରେ କୁରାଢୀରେ ହାଣି ହତ୍ୟା କରିଥିଲା ।
ଏହା ପରେ ଏକ କୋଠରୀରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା । ନିଆଁ ଲାଗିବା ଦେଖି ପାଖ ପଡିଶା ତୁରନ୍ତ ଘରର କବାଟ ଭାଙ୍ଗି ରାଜକୁମାରକୁ ଉଦ୍ଧାର କରିଥିଲେ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ହସ୍ପିଟାଲ ପଠାଇଦେଇଥିଲା । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଚିକିତ୍ସିତ ହେବା ପରେ ରାଜକୁମାରକୁ ହୋସ ଆସିବାରୁ ସେ ପୋଲିସ ଆଗରେ କାରଣ କହିଥିଲା । କାରଣ ଶୁଣିଲେ ମୁଣ୍ଡ ବୁଲେଇଦେବ । ପିଲାଟି ରାତିରେ କୌଣସି କାରଣରୁ ଉଠିପଡି ଜୋର ଜୋରରେ କାନ୍ଦିଥିଲା । ପିଲା ଏମିତି କାନ୍ଦିବାରୁ ରାଜକୁମାରର ନିଦ ଭାଙ୍ଗିଯାଇଥିଲେ । ଏଥିରେ ସେ ଉତ୍କ୍ଷିପ୍ତ ହୋଇ ଘରେ ଥିବା କୁରାଢୀରେ ଅତି ନିର୍ମମଭାବେ ପୁଅର ବେକକୁ ଚୋଟ ପରେ ଚୋଟ ମାରିଥିଲା ତାର ଜୀବନ ନ ଯିବା ଯାଏ । ପୁଅର ପ୍ରାଣବାୟୁ ଉଡିଯିବା ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ ବୋଲି କହିଛି ।