32.1 C
Bhubaneswar
Saturday, February 14, 2026
Homeଓଡିଶାଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍ ଇନଚାର୍ଜ୍‌

ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍ ଇନଚାର୍ଜ୍‌

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୁନ୍ଦୁଲି ଲ୍ୟାମ୍ପ ବିଆଇସି ସତ୍ୟ ନାରାୟଣ ଚାଲାଣ । ଲାଞ୍ଚ ନେବାବେଳେ ବ୍ରାଞ୍ଚ୍ ଇନଚାର୍ଜ୍‌ଙ୍କୁ ଧରିଲା ଭିଜିଲାନ୍ସ । କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ୍ କୁନ୍ଦୁଲି ଲ୍ୟାମ୍ପ ବ୍ରାଞ୍ଚ୍ ଇନଚାର୍ଜ୍ ସତ୍ୟନାରାୟଣ ଚାଲାଣଙ୍କୁ ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ତାଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ବ୍ରାଞ୍ଚ୍ ଇନଚାର୍ଜ୍‌ଙ୍କ ୨ ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନାଅନୁସାରେ ଜଣେ ବାଜରା ଚାଷୀଙ୍କୁ ଲାଞ୍ଚ ମାଗିଥିଲେ ସିମିଳିଗୁଡ଼ା ବ୍ଲକ୍ କୁନ୍ଦୁଲି ଲ୍ୟାମ୍ପ ର ବ୍ରାଞ୍ଚ୍ ଇନଚାର୍ଜ୍ ସତ୍ୟନାରାୟଣ ଚାଲାଣ। ବାଜରା ବସ୍ତା ପ୍ରତି ୪୫ ଟଙ୍କା ହିସାବରେ ୧୧୭ଟି ବସ୍ତା ପାଇଁ ୫୦୦୦ରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏହି ଲାଞ୍ଚ ଟଙ୍କାକୁ କମାଇ ସେ ୩୦୦୦ ଟଙ୍କା ମାଗିଥିଲେ । ଲାଞ୍ଚ ନଦେଲେ ସେ ବାଜରା ବସ୍ତା ଗୁଡିକୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମକୁ ଜଣାଇଥିଲେ। ଆଉ ଆଜି ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ କୁନ୍ଦୁଲି ଲ୍ୟାମ୍ପ ବିଆଇସି ସତ୍ୟ ନାରାୟଣ ଚାଲାଣ ଲାଞ୍ଚ ନେବା ବେଳେ ଧରିଛି। ବିଆଇସି ସତ୍ୟ ନାରାୟଣ ଚାଲାଣଙ୍କ ପାଖରୁ ସମସ୍ତ ରଙ୍ଗ ବୋଳା ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି । ଏହି ଚଢାଉ ପରେ ସତ୍ୟନାରାୟଣ ଚାଲାଣଙ୍କ ନାଁରେ ମାମଲା ରୁଜୁ କରି ତାଙ୍କ ୨ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking