ଭୁବନେଶ୍ୱର : ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଗିରଫ । କୁବେର ରାମଚନ୍ଦ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମକୁ ଏବେ ସୁଦ୍ଧା ୨ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ମିଳିଛି । ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ୍ ସହ ରାଇସ୍ ମିଲର ଠିିକଣା ଭିଜିଲାନ୍ସକୁ ମିଳିଛି । ଭୁବନେଶ୍ୱର, ସୋନପୁର,ସମ୍ବଲପୁର, ବରଗଡ଼ରେ ଫ୍ଲାଟ । ଏବେବି ଅମାପ ସମ୍ପତ୍ତିର ଚାଲିଛି ଖୋଳତାଡ଼ । ନିଜ ନାଁରେ ସମ୍ପତ୍ତି କରିବା ସହ ନିଜ ପତ୍ନୀ , ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା । ସୋମବାର ତାଙ୍କର ଅଫିସ ସହ ଅନ୍ୟ ୧୦ଟି ସ୍ଥାନରେ ଅତର୍କିତ ଚଢାଉ ହୋଇଥିଲା ।










