21.1 C
Bhubaneswar
Wednesday, February 4, 2026
Homeଓଡିଶାଷଷ୍ଠୀ ପାଇଁ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ପୀଠ ଚଳଚଞ୍ଚଳ

ଷଷ୍ଠୀ ପାଇଁ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ପୀଠ ଚଳଚଞ୍ଚଳ

ଯାଜପୁର: ଚାଲିଛି ମାଙ୍କ ଆବାହନି। ଧରାପୃଷ୍ଠକୁ ଅବତରଣ କରିଛନ୍ତି ଦୁର୍ଗତିନାଶିନୀ ଦେବୀ ମା ଆଜି ପବିତ୍ର ଷvଷ୍ଠୀପୂଜା। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତ ବର୍ଷ ର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନ୍ୟତମ। ପ୍ରତିକୂଳ ପାଗ ସତ୍ତ୍ୱେ ଏହି ନବରାତ୍ର ଅବସର ରେ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନେ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବାକୁ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ଗତକାଲି ରାତ୍ରରେ ମାଙ୍କ ପୀଠରେ ମହାପଞ୍ଚମୀ ଅବସରରେ ସୁନାବେଶ ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦ ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି ।

ଅପରାହ୍ନରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥାଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିର ପ୍ରଶାସନ ପକ୍ଷ ରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଯାଜପୁର ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ତାପସ ରଞ୍ଜନ ଦେଉରି ସୂଚନା ଯୋଗ୍ୟ ଯେ ଦେବୀ ପୂରଣ ର ଶକ୍ତି ପୀଠ ମଧ୍ୟ୍ୟ ରେ ଯାଜପୁର ର ମହା ଦେବୀ ଶକ୍ତି ପୀଠ ମଧ୍ୟ ରୁ ଅନ୍ୟ ତମ ପ୍ରମୁଖ ଶକ୍ତି ପୀଠ ମା ଙ୍କ ଅନ୍ୟ ଶକ୍ତି ପୀଠ ଠାରୁ ବିଭିନ୍ନ ସ୍ୱତନ୍ତ୍ର ମନ୍ତ୍ର ରେ ମାଙ୍କୁ ଆରାଧନା କରା ଯାଏ l ଏହି ପୀଠ ରେ ସବୁ ଶାରଦୀୟ ପୂଜା ସମୟ ରେ ସିଂହ ଧ୍ୱର୍ଯ୍ୟ ରଥ ରେ ନବ ଦିନ ବ୍ୟାପି ରଥ ରେ ମାଙ୍କର ରଥଯାତ୍ରା ହୁଏ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking