26.1 C
Bhubaneswar
Sunday, December 7, 2025
Homeଓଡିଶାକୋଟିଆ ଏବେ ଓଡ଼ିଶା ମୁହାଁ: ମନ୍ତ୍ରୀ

କୋଟିଆ ଏବେ ଓଡ଼ିଶା ମୁହାଁ: ମନ୍ତ୍ରୀ

ସମ୍ବଲପୁର: ଏବେ କୋଟିଆ ଓଡିଶା ମୁହାଁ । ଓ ଓଡିଶା କୋଟିଆ ମୁହାଁ । କୋଟିଆରେ ପୂର୍ୱରୁ ଆନ୍ଧ୍ର ଯାହାକିଛି କରିଥିଲା , କିନ୍ତୁ ଆଗକୁ  ଆଉ କିଛି କରିପାରିବ ନାହିଁ ବୋଲି କହିଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆଜି ସମ୍ବଲପୁରରେ ଜିଲ୍ଲାସ୍ତରୀୟ  ସ୍ୱାଧୀନତା ଦିବସ ପାଳନ ସମାରୋହ ରେ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇ କୋଟିଆକୁ ନେଇ ଏଭଳି କଥା କହିଛନ୍ତି ରାଜସ୍ୱ  ମନ୍ତ୍ରୀ । ଏହା ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କୋଟିଆରେ ଦ୍ରୁତ ଗତିରେ ବିକାଶ କାମ ଚାଲିଛି । ରାଜସ୍ୱ ମନ୍ତ୍ରୀ ଭାବରେ  କୋଟିଆ ପରିଦର୍ଶନରେ ଯାଇ ସେଠାରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ନେଇ ସସୁଚନା ଦେଇଛନ୍ତି ମନ୍ତ୍ରୀ । କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ମଧ୍ୟ କୋଟିଆ  ଗସ୍ତ କରି  ସେଠାରେ ସୁଭଦ୍ରା ଯୋଜନାର ସମୀକ୍ଷା  କରିଥିବା କହିଛନ୍ତି ସୁରେଶ  ପୂଜାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking