26.1 C
Bhubaneswar
Wednesday, March 25, 2026
Homeଓଡିଶାଜୈବିକ ଚାଉଳରେ କୋଠଭୋଗ

ଜୈବିକ ଚାଉଳରେ କୋଠଭୋଗ

ପୁରୀ: ଏଣିକି ମହାପ୍ରଭୁଙ୍କ କୋଠଭୋଗରେ ଲାଗିବ ଜୈବିକ ଚାଉଳ । କୋରାପୁଟରୁ ପୁରୀ ଆସିଛି ୫ ପ୍ରକାର ଜୈବିକ ଚାଉଳ । ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି । କହିଛନ୍ତି ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ । ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ ଅଧିକ ରହିବନି । ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ବ୍ୟବହାର ହେବ ।ସୂଚନାନୁଯାୟୀ, ଆଡ଼ପ ମଣ୍ଡପ ବିଜେ ସମୟରେ କୋଠଭୋଗରେ ଲାଗି ହେବ ଜୈବିକ ଚାଉଳ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋରାପୁଟର ପ୍ରଗତି ଅନୁଷ୍ଠାନ ଜୈବିକ ଚାଉଳ ଯୋଗାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking