କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଛି । ଭୁବନେଶ୍ୱର, ଜଗତସିଂହପୁର ଓ କୋରାପୁଟର ୫ଟି ସ୍ଥାନରେ ରେଡ କରାଯାଇଛି । ଏହି ଚଢାଉରେ ସାମିଲ ଅଛନ୍ତି, ୬ ଡିଏସପି, ୭ ଇନ୍ସପେକ୍ଟର । ବିପୁଳ ପରିମାଣର ବିଦେଶୀ ମୁଦ୍ରା ଓ ସୁନା ଗହଣା ଜବତ କଲା ଭିଜିଲାନ୍ସ । ଏଯାଏ ଏକ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ୱାର୍ଡରୋବ ଭିତର ସିକ୍ରେଟ ଚାମ୍ବରରେ ଲୁଚାଇଥିଲେ ସୁନା ଗହଣା । ଠାକୁର ଘର ସିଂହାସନ ତଳୁ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ଅଳଙ୍କାର ବାହାର କରାଯାଇଛି ।










