23.1 C
Bhubaneswar
Monday, February 2, 2026
Homeଓଡିଶାଘନ କୁହୁଡିରେ ଆଚ୍ଛାଦିତ କୋରାପୁଟ

ଘନ କୁହୁଡିରେ ଆଚ୍ଛାଦିତ କୋରାପୁଟ

କୋରାପୁଟ: କିଛି ଦିନର ବ୍ୟବଧାନ ପରେ ପାରଦ ପୁଣି ଖସିଛି ।  କୋରାପୁଟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଲକ୍ଷ୍ମୀପୁର ଗାଁ ମଝିରେ କୁହୁଡି ଆଚ୍ଛାଦିତ କରି ରଖିଥିବା ବେଳେ ସୂର୍ୟ୍ୟଉଦୟରେ ବି ବିଳମ୍ବ ହୋଇଛି । କୋରାପୁଟରେ ପୁଣି ଶୀତ ଅନୁଭୁତ ହୋଇଛି । ଶୀତ ସହ ରାତିରେ ଓ ପାହାନ୍ତିଆ ସମୟରେ ଘନ କୁହୁଡି କାରଣରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।କୋରାପୁଟ ରାୟଗଡାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ପରିବହନ କରୁଥିବା ଗାଡି ଗୁଡିକ କୁହୁଡି କାରଣରୁ ରାସ୍ତା କଡରେ ରହିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ଖୋର୍ଦ୍ଧାରେ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଯାତାୟାତରେ ଉପୁଜୁଛି ସମସ୍ୟା । ରାସ୍ତା ଦେଖାଯାଉନଥିବାରୁ ସକାଳୁ ସକାଳୁ ଯାତାୟତରେ ସମସ୍ୟା ହୋଇଛି । ଅନେକ ସମୟରେ ଦୁର୍ଘଟଣାର କାରଣ ପାଲଟିଛି ଏହି ଘନ କୁହୁଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking