27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶକୋଲକାତା ଲଜ୍ୟା : ଶାଶୁ କହିଲେ ଅଭିଯୁକ୍ତ ଜ୍ବାଇଁ ସଞ୍ଜୟର କାରନାମା

କୋଲକାତା ଲଜ୍ୟା : ଶାଶୁ କହିଲେ ଅଭିଯୁକ୍ତ ଜ୍ବାଇଁ ସଞ୍ଜୟର କାରନାମା

ନୂଆଦିଲ୍ଲୀ : କୋଲକାତା ଆର୍‌ଜି କର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏହାକୁ ନେଇ ପୂରା ଦେଶରେ ଅସନ୍ତୋଷ ଜାରି ରହିଛନ୍ତି। ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରନର୍ଶନ କରୁଛନ୍ତି। ଏହାରି ଭିତରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜ ରୟକୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ତାଙ୍କ ଶାଶୁ । ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଶାଶୁ ଦୁର୍ଗା ଦେବୀ ତାଙ୍କ ଜ୍ବାଇଁ ସଞ୍ଜୟଙ୍କୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି।
ଦୁର୍ଗା ଦେବୀ କହିଛନ୍ତି ଯେ, ସଞ୍ଜୟଙ୍କ ସହ ଅନ୍ୟ ଲୋକମାନେ ମଧ୍ୟ ଏହି ମାମଲାରେ ଜଡିତ ଅଛନ୍ତି। ସଞ୍ଜୟ ଏକୁଟିଆ ଏହା କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ସଞ୍ଜୟ ତାଙ୍କ ଝିଅକୁ ବହୁତ ମାଡ ମାରୁଥିଲା। ଏନେଇ ସେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ। ତାଙ୍କ କହିବା ମୁତାବକ, “ବିବାହର ପ୍ରଥମ ୬ମାସ ସବୁ ଠିକ୍ ଥିଲା। ହେଲେ ଝିଅ ୩ମାସର ଗର୍ଭବତୀ ହେବା ପରେ ସଞ୍ଜୟ ତାଙ୍କୁ ମାଡ଼ ମାରିଥିଲେ। ଏଥିପାଇଁ ମୋ ଝିଅର ଗର୍ଭନଷ୍ଟ ହୋଇଯାଇଥିଲା। ଏହା ପରେ ଝିଅ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ମୋ ଝିଅ ଅସୁସ୍ଥ ହେବାକୁ ଲାଗିଲା। ମୁଁ ମୋ ଝିଅର ସବୁ ଔଷଧ ଖର୍ଚ୍ଚ ଉଠାଉଥିଲି। ସଞ୍ଜୟ ଟଙ୍କାଟିଏ ବି ଦେଉନଥିଲା। ସଞ୍ଜୟ ଭଲ ମଣିଷ ନୁହେଁ। ଏବେ ସେ ଯେଉଁ ଅପରାଧ କରିଛି ସେଥିପାଇଁ ତାକୁ ଫାଶୀ ମିଳିବା ଉଚିତ୍। ହେଲେ ମୋତେ ଲାଗୁଛି ଏହି ଅପରାଧରେ ଆହୁରି ଅନେକ ଲୋକ ସାମିଲ ଅଛନ୍ତି। ସେ ଏକାକୀ ଏହା କରିପାରିବ ନାହିଁ।”

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking