32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶକୋଲକାତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଲେ ମମତା

କୋଲକାତା ଲଜ୍ଜା: ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡାକିଲେ ମମତା

କୋଲକାତା: ଆର.ଜି କର ହସ୍ପିଟାଲ କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏବେ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି ଡାକ୍ତର । ସୁପ୍ରିମକୋର୍ଟଙ୍କ ତାଗିଦ୍ ସତ୍ତ୍ୱେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଖାତିର ନକରି ଡାକ୍ତରମାନେ କୋଲକାତା ସମେତ ଦେଶର ବିଭିନ୍ନ ସହରରେ ଧାରଣାରେ ବସିଛନ୍ତି । କୋଲକାତାରେ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା କରିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଡାକ୍ତରଙ୍କ ଏକ ପ୍ରତିନିଧି ଟିମ ସହ ମୁଖ୍ୟମନ୍ତ୍ରୀ ମମତା ଆଲୋଚନା କରିବାକୁ ଆଗ୍ରହୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆନ୍ଦୋଳନରତ ଡାକ୍ତରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ହେଲେ ଏହି ପ୍ରସ୍ତାବକୁ ଗ୍ରହଣ କରି ଡାକ୍ତରୀ ପ୍ରତିନିଧି ଦଳ ଆଲୋଚନା ପାଇଁ ଯିବ କି ପ୍ରତ୍ୟାଖ୍ୟାନ କରିବ, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିନି । ସୂଚନା ଅନୁସାରେ, ପଶ୍ଚମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ଆନ୍ଦୋଳନରତ ଡାକ୍ତରଙ୍କ ଏକ ୧୨ ରୁ ୨୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ପାଇଁ ଆସନ୍ତୁ ବୋଲି ଆହ୍ୱାନ କରିଛନ୍ତି ।

ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ଆଲୋଚନା ପାଇଁ ଉପସ୍ଥିତ ରହିବେ । ପୂର୍ବରୁ ଆନ୍ଦୋଳନରତ ଡାକ୍ତରମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିଲେ । ହେଲେ ସରକାରଙ୍କ ପକ୍ଷରୁ ଆଜି ଆସିଥିବା ଏହି ପ୍ରସ୍ତାବ ସମ୍ପର୍କରେ ସେମାନଙ୍କ ନିଷ୍ପତ୍ତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଗତମାସ (ଅଗଷ୍ଟ) ୯ ତାରିଖରେ ଏହି ଘଟଣା ଘଟିଥିଲା । ସେବେଠାରୁ କୋଲକାତା ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଏହି ଡାକ୍ତର ଆନ୍ଦୋଳନ ଆଜି ୩୩ତମ ଦିନରେ ପହଞ୍ଚିଛି । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ପୀଡିତା ପରିବାରକୁ ନ୍ୟାୟ, ଆର.ଜି କର ମେଡିକାଲ କଲେଜରେ ଚାଲିଥିବା ସମସ୍ତ ବେଆଇନ କାର୍ଯ୍ୟର ତଦନ୍ତ କରାଯିବା, ଦେଶବ୍ୟାପୀ କାର୍ଯ୍ୟସ୍ଥଳରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିଶ୍ଚିତ କରିବା, ପଶ୍ଚିମବଙ୍ଗ ପୋଲିସ କମିଶନର ଓ ସ୍ୱାସ୍ଥ୍ୟ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରି ଏକାଧିକ ଦାବିରେ ଡାକ୍ତରମାନେ ପ୍ରତିବାଦ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking