କୋଲକାତା: ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଗୁରୁବାର ଖେଳାଯାଇଥିବା ଆଇପିଏଲର ଏକ ଲିଗ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୮୦ ରନରେ ହରାଇ ଦେଇଛି କୋଲକାତା ନାଇଟରାଇଡର୍ସ । କୋଲକାତା ଦ୍ବାରା ରଖାଯାଇଥିବା ୨୦୧ ରନ ଲକ୍ଷ୍ୟ ଜବାବରେ ହାଇଦ୍ରାବାଦ ୧୬.୪ ଓଭରରେ ମାତ୍ର ୧୨୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ହେନରିକ କ୍ଲାସେନ ୩୩ ରନ ଓ କାମିଣ୍ଡୁ ମେଣ୍ଡିସ୍ ୨୭ ରନ କରିପାରିଥିଲେ । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ବୈଭବ ଆରୋରା ୩ଟି ଲେଖାଏଁ ଓ ଆନ୍ଦ୍ରେ ରସେଲ୨ଟି ଓ୍ବିକେଟ ନେଇଥିଲେ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଆରମ୍ଭରୁ କ୍ବିଣ୍ଟନ ଡିକକ୍ ଓ ସୁନୀଲ ନାରାୟଣଙ୍କ ଓ୍ବିକେଟ୍ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ପ୍ରଥମେ ଅଜିଙ୍କ୍ୟ ରାହାଣେ ଓ ଅଙ୍କକ୍ରିସ ରଘୁବଂଶୀଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ରାହାଣେ ଆଉଟ ହେବା ପରେ ରଘୁବଂଶୀ ଓ ଭେଙ୍କଟେସ୍ ଆୟରଙ୍କ ମଧ୍ୟରେ ଆଉ ଏକ ବଡ଼ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ରାହାଣେ ୩୮ ରନ କରିଥିବାବେଳେ ରଘୁବଂଶୀ ୫୦ ରନ କରିଥିଲେ । ତେବେ ଭେଙ୍କଟେଶ ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୯ ରନରେ ୬୦ ରନ କରିଥିଲେ । ରିଙ୍କୁ ସିଂ ୩୨ ରନ କରିଥିଲେ । କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମହମ୍ମଦ ସମି, ପ୍ୟାଟ୍ କମିନ୍ସ, ଜିସାନ ଅନସାରି, କାମିଣ୍ଡୁ ମେଣ୍ଡିସ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।