17.1 C
Bhubaneswar
Wednesday, February 4, 2026
Homeଖେଳକୋହଲି ପୁଣି ଶୂନ୍ୟରେ ଆଉଟ୍‌

କୋହଲି ପୁଣି ଶୂନ୍ୟରେ ଆଉଟ୍‌

ନୂଆଦିଲ୍ଲୀ: ଆଡିଲେଡ୍ ଓଭାଲରେ ଇଣ୍ଡିଆ – ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଦ୍ୱିତୀୟ ଦିନିକିଆରେ ବି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ ବିରାଟ କୋହଲି ଫେଲ୍ ମାରିଛନ୍ତି। ପୁଣି ଶୁନ ରନ୍‌ରେ ଆଉଟ୍ ହେଲେ ବିରାଟ କୋହଲି। ୪ ବଲ୍ ଖେଳି ପାଭିଲିୟନ୍ ଫେରିଲେ ରନ୍ ମେସିନ୍। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ୨୦ ଓଭରରେ ଦୁଇଟି ୱିକେଟ୍ ହରାଇ ୮୬ ରନ୍ କରିଛି। ରୋହିତ ଶର୍ମା ଏବଂ ଶ୍ରେୟସ ଆୟର କ୍ରିଜ୍‌ରେ ଅଛନ୍ତି। ସେମାନେ ତୃତୀୟ ୱିକେଟ୍ ପାଇଁ ଅର୍ଦ୍ଧଶତକ ଯୋଡ଼ିଛନ୍ତି। ଜାଭିୟର ବାର୍ଟଲେଟଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇ ବିରାଟ କୋହଲି ଶୂନ୍ୟରେ ଆଉଟ ହୋଇଥିଲେ। ସେ ଅଧିନାୟକ ଶୁଭମନ ଗିଲ (୯ ରନ)ଙ୍କୁ ମଧ୍ୟ ଆଉଟ କରିଥିଲେ। ୩୦୦ରୁ ଅଧିକ ଦିନିକିଆ ଖେଳିଥିବା ବିରାଟ କୋହଲି ଇତିହାସରେ ପ୍ରଥମ ଥର ପାଇଁ ଲଗାତାର ଦୁଇଟି ଦିନିକିଆରେ ଶୂନ୍ୟରେ ଆଉଟ ହୋଇଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ମିଚେଲ ଷ୍ଟାର୍କ ତାଙ୍କୁ ଆଉଟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking