16.1 C
Bhubaneswar
Saturday, December 20, 2025
Homeଓଡିଶାଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ବିମାନ

ଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ବିମାନ

ରାଉରକେଲା : ରାଜ୍ୟପାଳ ରଘୁବର ଦାସଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ବାତିଲ ହୋଇଛି। କୋହଲାପାଗ ଯୋଗୁ ରାଉରକେଲା ବିମାନବନ୍ଦରରେ ବିମାନ ଅବତରଣ କରିପାରି ନ ଥିଲା। ଆକାଶରେ ଚକ୍କର କାଟି ଶେଷରେ ରାଜ୍ୟପାଳଙ୍କ ବିମାନ ଭୁବନେଶ୍ବର ଫେରିଯାଇଥିଲା। ମିଳିଥିବା ସୂଚନାମୁତବାକ ରାଜ୍ୟପାଳ ରଘୁବର ଦାସ ରବିବାର ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ କେନ୍ଦୁଡିହିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଘରକୁ ଯିବାର କାର୍ୟ୍ୟକ୍ରମ ଧାର୍ୟ୍ୟ ହୋଇଥିଲା।  ପତ୍ନୀଙ୍କ ବିୟୋଗରେ ଭାଙ୍ଗିପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଓ ତାଙ୍କ ପରିବାରକୁ ସମବେଦନା ଜଣାଇଥାନ୍ତେ।ଏଥିପାଇଁ ରାଜ୍ୟପାଳ ରଘୁବର ଦାସ ପୂର୍ବାହ୍ନ ୧୦ଟାରେ ସ୍ବତନ୍ତ୍ର ବିମାନ ଯୋଗେ ରାଉରକେଲା ବାହାରିଥିଲେ। ପୂର୍ବାହ୍ନ ୧୧ଟାରେ  ବିମାନ ରାଉରକେଲା ବିମାନବନ୍ଦରରେ ଅବତରଣ କରିବାର ଥିଲା। ଏଥିପାଇଁ ବିମାନବନ୍ଦରରେ ସୁନ୍ଦରଗଡ଼ ଜିଲ୍ଲାପାଳ, ପଶ୍ଚିମାଞ୍ଚଳ ଡିଆଇଜି, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଏସ୍‌ପି, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଓ ବିଜେପିର ବହୁ ନେତାମାନେ ସ୍ବାଗତ ଜଣାଇବାକୁ ଅପେକ୍ଷା କରିଥିଲେ।

ରାଉରକେଲା ବିମାନବନ୍ଦରରେ ଅବତରଣ କରିବାର ୧୫ ମିନିଟ୍‌ ପୂର୍ବରୁ ବର୍ଷା ହେବାରୁ କୋହଲାପାଗ ହୋଇଯାଇଥିଲା। ବିମାନବନ୍ଦର ଦୃଶ୍ୟମାନ ହୋଇନଥିଲା। ବାଧ୍ୟ ହୋଇ ବିମାନଟି ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking