17.1 C
Bhubaneswar
Tuesday, February 10, 2026
Homeଓଡିଶାଜ୍ଞାନ ଏବଂ ମୂଲ୍ୟବୋଧ ହେଉଛି ପ୍ରଗତିର ମୂଳଦୁଆ: ରାଜ୍ୟପାଳ

ଜ୍ଞାନ ଏବଂ ମୂଲ୍ୟବୋଧ ହେଉଛି ପ୍ରଗତିର ମୂଳଦୁଆ: ରାଜ୍ୟପାଳ

ଭୁବନେଶ୍ୱର:  ଜ୍ଞାନ ଏବଂ ମୂଲ୍ୟବୋଧ ହେଉଛି ପ୍ରଗତିର ମୂଳଦୁଆ ବୋଲି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି କହିଛନ୍ତି I ଆଜି ସିଲିକନ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ ଜ୍ଞାନ ଅର୍ଥନୀତିର ଏହି ଯୁଗରେ ଚିନ୍ତାଧାରା ଏବଂ ନବସୃଜନ ହେଉଛି ପ୍ରଗତିର ପ୍ରେରଣାଦାୟକ ଶକ୍ତି I ସିଲିକନ ବିଶ୍ୱବିଦ୍ୟାଳୟ ଭଳି ପ୍ରତିଷ୍ଠାନଗୁଡିକ କେବଳ ଚାକିରି ଖୋଜୁଥିବା ବ୍ୟକ୍ତି ନୁହନ୍ତି ବରଂ ନିଯୁକ୍ତି ସୃଷ୍ଟିକାରୀ, ଉଦ୍ଭାବକ ଏବଂ ସମସ୍ୟା ସମଧାନକାରୀ ସୃଷ୍ଟି କରି ଦେଶର ଭବିଷ୍ୟତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଏବଂ ସେମାନେ ଭାରତକୁ ଅଭିବୃଦ୍ଧି ଏବଂ ପରିବର୍ତ୍ତନରେ ଏକ ନୂତନ ଯୁଗକୁ ନେଇଯିବେ I ଓଡ଼ିଶାର ପ୍ରଗତି ଉପରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ ରାଜ୍ୟ ଏହାର ପ୍ରତିଷ୍ଠାନ ସମୂହ ଏବଂ ଲୋକଙ୍କ ସକ୍ରିୟ ଦୃଷ୍ଟିଭଙ୍ଗୀ ଦ୍ୱାରା ପରିଚାଳିତ ଆଇଟି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇଛି I ଓଡ଼ିଶା ଷ୍ଟାର୍ଟଅପ, ନବସୃଜନ ଏବଂ ସ୍ଥାୟୀ ବିକାଶ ପାଇଁ ଏକ ସ୍ପନ୍ଦନଶୀଳ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ଏବଂ ନବସୃଜନଶୀଳ ମନୋଭାବ ଏହି ଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ରାଜ୍ୟପାଳ କହିଥିଲେ I

ସିଲିକନ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଉତ୍କର୍ଷତା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରାସଙ୍ଗିକତାର କେନ୍ଦ୍ର ଭାବେ ଦ୍ରୁତ ପ୍ରଗତି କରୁଥିବାରୁ  ମେସିନ ଲର୍ଣ୍ଣିଂ, ସାଇବର ସିକ୍ୟୁରିଟି, ଭିଏଲଏସଆଇ ଡିଜାଇନ, ଏମ୍ବେଡେଡ଼ ସିଷ୍ଟମ ଏବଂ ସ୍ମାର୍ଟ ଗ୍ରୀଡ଼ ଟେକ୍ନୋଲୋଜି ଭଳି ଅତ୍ୟାଧୁନିକ କ୍ଷେତ୍ରରେ ପ୍ରତିଭାକୁ ସହଯୋଗ କରିବାରେ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ରାଜ୍ୟପାଳ କହିଥିଲେ I ସ୍ନାତକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କହି ରାଜ୍ୟପାଳ କହିଥିଲେ ଯେ ସମାବର୍ତ୍ତନ ଉତ୍ସବ ଆନୁଷ୍ଠାନିକ ମାଇଲଖୁଣ୍ଟ ଅପେକ୍ଷା ଅଧିକ I ଏହା ଦୃଢ଼ତା, ସମର୍ପଣ ଏବଂ ବୌଦ୍ଧିକ ଅଭିବୃଦ୍ଧିର ଏକ ଉତ୍ସବ I ଏହା ଛାତ୍ରରୁ ଵୃତ୍ତୀଧାରୀ, ଶିକ୍ଷାର୍ଥୀରୁ ନେତୃତ୍ୱ, ସମାଜ ଏବଂ ଦେଶ ପାଇଁ ଅର୍ଥପୂର୍ଣ୍ଣ ଅବଦାନ ଦେବାକୁ ପ୍ରସ୍ତୁତ କରିବାର ପ୍ରତୀକ ଅଟେ I ସ୍ନାତକମାନଙ୍କୁ ଦାୟିତ୍ୱପୂର୍ଣ୍ଣ ପରିବର୍ତ୍ତନକାରୀ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ I ଶୈକ୍ଷିକ ଉତ୍କର୍ଷତା ପ୍ରତି ସେମାନଙ୍କର ପ୍ରତିବଦ୍ଧତା  ପାଇଁ ଅଧ୍ୟାପକ, କର୍ମଚାରୀ ଏବଂ ଅଭିଭାବକମାନଙ୍କୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ I ଏହି ସମାବର୍ତ୍ତନ ଉତ୍ସବରେ ପର୍ସିଷ୍ଟେଣ୍ଟ୍ ସିଷ୍ଟମ୍ସର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡିରେକ୍ଟର ଡ଼. ଆନନ୍ଦ ଦେଶପାଣ୍ଡେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସିଲିକନ ବିଶ୍ୱବିଦ୍ୟାଳୟର ଭାଇସ ଚ୍ୟାନ୍ସେଲର ପ୍ରଫେସର ଜୟଦୀପ ତାଲୁକଦାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking