15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶତାଜମହଲରେ ପର୍ଯ୍ୟଟକଙ୍କ ଜୋତା କଭର କରାଯାଏ କାହିଁକି ଜାଣନ୍ତୁ

ତାଜମହଲରେ ପର୍ଯ୍ୟଟକଙ୍କ ଜୋତା କଭର କରାଯାଏ କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଆପଣ କ’ଣ ଜାଣନ୍ତି ଯେ ତାଜମହଲରେ ପ୍ରବେଶ କରିବା ସମୟରେ, ଆପଣଙ୍କୁ ଜୋତାରେ ଜୋତା କଭର ପିନ୍ଧିବାକୁ ପଡିବ? ତେବେ ଏହା ପଛରେ କାରଣ କ’ଣ ଆପଣ ଜାଣନ୍ତି କି? ଆପଣଙ୍କୁ କହି ରଖୁଛୁ ଯେ ତାଜମହଲରେ ପର୍ଯ୍ୟଟକଙ୍କ ପାଇଁ ଦୁଇ ପ୍ରକାରର ଟିକେଟ୍ ଅଛି । ଗୋଟିଏ ଟିକେଟ୍ ତାଜମହଲ କମ୍ପେ୍ଲକ୍ସ ପାଇଁ ଏବଂ ଗୋଟିଏ ଟିକେଟ୍ ମୁଖ୍ୟ ତାଜମହଲ ଅର୍ଥାତ୍ ସମାଧିସ୍ଥଳକୁ ପ୍ରବେଶ କରିବା ପାଇଁ । ସାଧାରଣ ଟିକେଟର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ସମାଧିସ୍ଥଳ ଦର୍ଶନ ପାଇଁ ଟିକେଟର ମୂଲ୍ୟ ୨୦୦ ଟଙ୍କା । ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ୨୦୦ ଟଙ୍କାର ଟିକେଟ୍ କିଣନ୍ତି, ସେତେବେଳେ ଜୋତା କଭର ଆବଶ୍ୟକ ହୋଇଥାଏ । ୨୦୧୯ ମସିହାରେ ମଧ୍ୟ, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ସୁପ୍ରିମକୋର୍ଟରେ ଉପସ୍ଥାପିତ ତାଜମହଲ ସ୍ଥାନ ପରିଚାଳନା ଯୋଜନାରେ ଜୋତା କଭରକୁ ବାଧ୍ୟତାମୂଳକ କରିବା ବିଷୟରେ କଥା ହୋଇଥିଲା । ଜୋତା ସହିତ ଆସୁଥିବା ଧୂଳି ଯେପରି ତାଜ ପର୍ଯ୍ୟନ୍ତ ନ ପହଞ୍ଚେ, ସେଥିପାଇଁ ଜୋତା କଭରକୁ ବାଧ୍ୟତାମୂଳକ କରାଯାଇଛି । ତାଜମହଲ ମାର୍ବଲର ଚମକ ବଜାୟ ରଖିବା ପାଇଁ ଜୋତା କଭରକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଏହି ନିୟମ କେବଳ ସମାଧି ପାଇଁ  । ତା’ ବ୍ୟତୀତ, ଆପଣ ବଗିଚା ଇତ୍ୟାଦିରେ ବିନା କଭରରେ ବୁଲିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking