ଭୁବନେଶ୍ୱର: ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ଅନେକ ଲୋକ ନିଜ ଘରେ ଶିବଲିଙ୍ଗ ସ୍ଥାପନ କରନ୍ତି । ଏପରି ପରିସ୍ଥିତିରେ ଅନେକ ଲୋକ ଙ୍କ ମନରେ ଏକ ପ୍ରଶ୍ନ ଆସିଥାଏ ଘରେ କେଉଁ ଶିବଲିଙ୍ଗ ସ୍ଥାପନ କରିବା ଭଲ । ଧଳା ରଙ୍ଗର ନା କଳା ରଙ୍ଗର । ଅନେକ ଜ୍ୟୋତିଷଙ୍କ ମତରେ , ଘରେ କଳା କିମ୍ବା ଧଳା ଶିବଲିଙ୍ଗ ରଖାଯାଇପାରିବ । ଘରେ ଧଳା ଶିବଲିଙ୍ଗ, ବିଶେଷକରି ସ୍ଫଟିକ କିମ୍ବା ରୂପା ଶିବଲିଙ୍ଗ ରଖିବା ବହୁତ ଶୁଭ ବୋଲି ବିବେଚନା କରାଯାଏ । କଳା ପଥରରେ ତିଆରି ଶିବଲିଙ୍ଗ ପୂଜା କରିବା ଦ୍ୱାରା ଶନିଦେବଙ୍କ ଅଶୁଭ ପ୍ରଭାବ ହ୍ରାସ ପାଏ ବୋଲି ବିଶ୍ୱାସ କରାଯାଏ । ଘରେ ଶିବଲିଙ୍ଗ ରହିବା ଦ୍ୱାରା ସକାରାତ୍ମକ ଶକ୍ତିର ପ୍ରବାହ ବଜାୟ ରହେ , ପରିବାରରେ ଖୁସି ଆସେ । ଶ୍ରାବଣ ୧୧ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ । ଶିବଲିଙ୍ଗ ବୁଢା ଆଙ୍ଗୁଠି ଠାରୁ ବଡ ହେବା ଉଚିତ ନୁହେଁ ।










