21.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଜାଣନ୍ତୁ କେଉଁ ଦେଶରେ ଜଣେ ବି ମୁସଲମାନ ନାହାଁନ୍ତି

ଜାଣନ୍ତୁ କେଉଁ ଦେଶରେ ଜଣେ ବି ମୁସଲମାନ ନାହାଁନ୍ତି

ନୂଆଦିଲ୍ଲୀ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ଏକ ଦେଶ ଅଛି ଯେଉଁଠି ମୁସଲମାନ ନାହାଁନ୍ତି । ଦୁନିଆରେ ଅନେକ ଦେଶ ରହିଛି ଯେଉଁଠି ବିଭିନ୍ନ ଧର୍ମର ଲୋକେ ବସବାସ କରୁଛନ୍ତି । ବର୍ତ୍ତମାନ ଆଧୁନିକ ଯୁଗରେ ପ୍ରାୟ ସବୁ ଧର୍ମର ଲୋକେ ସବୁ ଦେଶରେ ରହୁଥିବେ ବୋଲି ଆପଣ ଭାବୁଥିବେ । କିନ୍ତୁ ଆମେ ଆପଣଙ୍କୁ ଜଣାଇବୁ ଏମିତି ଏକ ଦେଶ ଅଛି, ଯେଉଁଠାରେ ଜଣେ ବି ମୁସଲିମ ନାହାଁନ୍ତି । ତେବେ ଆସନ୍ତୁ ସେହି ଦେଶ ବିଷୟରେ ଜାଣିବା । ଯେଉଁ ଧର୍ମରେ ସମଗ୍ର ବିଶ୍ୱରେ ସର୍ବାଧିକ ଅନୁଗାମୀ ରହିଛନ୍ତି, ତାହା ହେଉଛି ଖ୍ରୀଷ୍ଟିଆନ, ଏହା ପରେ ଆସୁଥିବା ଧର୍ମ ହେଉଛି ଇସଲାମ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଇସଲାମର ଅନୁଗାମୀମାନଙ୍କୁ ‘ମୁସଲମାନ’ କୁହାଯାଏ। ମଧ୍ୟପ୍ରାଚ୍ୟ ଏସିଆରେ ବିଶ୍ୱରେ ସର୍ବାଧିକ ମୁସଲମାନ ଲୋକ ରହୁଥିବାର ରିପୋର୍ଟ ମଧ୍ୟ ରହିଛି ।

ମୁସଲିମ ସଂଖ୍ୟା ଗରିଷ୍ଠ ଦେଶରେ ୟୁଏଇ, ସାଉଦି ଆରବ, ଓମାନ, ଆଫଗାନିସ୍ତାନ, ଇରାନ, ଇରାକ ଭଳି ଅନେକ ଦେଶ ଅଛି । ବର୍ତ୍ତମାନ ସ୍ଥିତିରେ ଚାକିରି ଏବଂ ବ୍ୟବସାୟ ପାଇଁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଲୋକମାନେ ସ୍ଥାନାନ୍ତର ହେଉଛନ୍ତି । ତେଣୁ କୋଣ ଅନୁକୋଣରେ ସମସ୍ତ ଧର୍ମର ଲୋକେ ମିଳିବେ ବୋଲି ଆପଣ ଭାବୁଥିବେ । କିନ୍ତୁ ଆମେ ଏପରି ଏକ ଦେଶ ବିଷୟରେ କହୁଛୁ ଯେଉଁଠାରେ ଜଣେ ମଧ୍ୟ ମୁସଲମାନ ବ୍ୟକ୍ତି ନାହାଁନ୍ତି। ଆପଣ ଏପରି କୌଣସି ଦେଶ ବିଷୟରେ ଜାଣିଛନ୍ତି କି? ଯଦି ନୁହେଁ ତା’ହେଲେ ଆପଣଙ୍କର ସାଧାରଣ ଜ୍ଞାନ ବଢାଇବାକୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରୁଛୁ ।

ଆମେ ଯେଉଁ ଦେଶ ବିଷୟରେ କହିବାକୁ ଯାଉଛୁ ତାହା ଏକମାତ୍ର ଦୁନିଆର ସବୁଠାରୁ ଛୋଟ ଦେଶ । ସବୁଠାରୁ ସୁନ୍ଦର ଦେଶ, ବ୍ୟାକ୍ ୱାଟର ପରିବହନ ପାଇଁ ପ୍ରସିଦ୍ଧ ଦେଶ, ପୋପ୍ ଦେଶ, ୟୁରୋପୀୟ ଦେଶ ଭାଟିକାନ୍ ସିଟି । ଏହା ଆନୁଷ୍ଠାନିକ ଭାବରେ ଦୁନିଆର ସବୁଠାରୁ ଛୋଟ ଦେଶ । ଏଠାରେ ଆପଣ କୌଣସି ମୁସଲମାନ ପାଇବେ ନାହିଁ । ଏହା ଏକ ଖ୍ରୀଷ୍ଟିଆନ ସଂଖ୍ୟା ଗରିଷ୍ଠ ଦେଶ ଏବଂ ଏହାର ରାଜ୍ୟ ମୁଖ୍ୟ ମଧ୍ୟ ପୋପ୍ । ଏହି ଦେଶରେ ପୋପଙ୍କ ଶାସନ ହେତୁ ଏଠାରେ କୌଣସି ମୁସଲମାନ ବ୍ୟକ୍ତି ବାସ କରନ୍ତି ନାହିଁ।

ମାତ୍ର ୪ଶହ ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ନିଜସ୍ୱ ସେନା ନାହିଁ । ଏହି ଦେଶ ଇଟାଲୀର ରାଜଧାନୀ ରୋମ ଭିତରେ ଅବସ୍ଥିତ । ସେଥିପାଇଁ ଏହି ଦେଶ ଇଟାଲୀ ଆର୍ମି ସ୍ୱିସ୍ ଗାର୍ଡ ଦ୍ୱାରା ସୁରକ୍ଷିତ । ବହୁ ବର୍ଷ ପୂର୍ବେ ଭାଟିକାନ୍ ସହରକୁ ରକ୍ଷା କରିବା ପାଇଁ ପପ୍ (ଖ୍ରୀଷ୍ଟିଆନ ଧାର୍ମିକ ନେତା) ଙ୍କ ଦ୍ୱାରା ସ୍ୱିସ୍ ମିଶନାରୀମାନେ ପ୍ରସ୍ତୁତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking