20.1 C
Bhubaneswar
Thursday, December 5, 2024
Homeଓଡିଶାଖାଲି ପେଟରେ ଲବଙ୍ଗ ପାଣି ପିଇଲେ କଣ ହେବ ଜାଣନ୍ତୁ ..

ଖାଲି ପେଟରେ ଲବଙ୍ଗ ପାଣି ପିଇଲେ କଣ ହେବ ଜାଣନ୍ତୁ ..

ଭୁବନେଶ୍ୱର : ଖାଲି ପେଟରେ ପିଅନ୍ତୁ ଲବଙ୍ଗ ପାଣି । ଆପଣ ନିଶ୍ଚିତ ଖାଦ୍ୟରେ  ଲବଙ୍ଗ ବ୍ୟବହାର କରିଥିବେ । ଖାଲିପେଟରେ ଲବଙ୍ଗ ପିଇବା  ଅତ୍ୟନ୍ତ ଲାଭ ଦାୟକ ମିଳିଥାଏ । ଲବଙ୍ଗ ହଜମ ପ୍ରକ୍ରିୟାକୁ ସାହାଯ୍ୟ କରେ ।  ଏହା ଏନଜାଇମକୁ  ସଠିକ ଭାବରେ କାଯ୍ୟ କରିବାରେ ସାହାଯ୍ୟ କରେ । ଲବଙ୍ଗ ପାଣିରେ ଆଣ୍ଟି ଅକ୍ସିଡାଣ୍ଡ ଥାଏ । ଦେହରେ ଥିବା ରୋଗକୁ ନାଶ ରକେ ଲବଙ୍ଘ ପାଣି । ଲବଙ୍ଗ ପାଣି ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଲବଙ୍ଗ ପାଣି ପାଟି ଏବଂ ଦାନ୍ତ ପାଇଁ ଭଲ ସହାୟକ ହୁଏ । ଶୀତଦିନେ ଦାନ୍ତର ଯନ୍ତ୍ରଣାକୁ ହଟାଇବା ପାଇଁ ଲବଙ୍ଗ ପାଣି ପିଇବା ଉଚିତ । ଲବଙ୍ଗ ପାଣି ପିଇବା ଦ୍ୱାରା ମେଟାବୋଲିଜିମକୁ  ମଜଭୁତ କରିଥାଏ । ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରି ନୂତନ କୋଷ ସୃଷ୍ଟି କରିଥାଏ । ଆବଶ୍ୟକଠାରୁ ଅଧିକ ଲବଙ୍ଗ ଖାଇବା ଦ୍ୱାରା  ପେଟ ସମସ୍ୟା ଦେଖାଦିଏ ।  ଗର୍ଭବତୀ ମହିଳାମାନେ ଡାକ୍ତରଙକ୍ ପରାମର୍ଶ ନେଇ ଖାଇବା ଉଚିତ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking