26.1 C
Bhubaneswar
Thursday, March 19, 2026
Homeଓଡିଶାଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଲାଭ କ’ଣ ଜାଣନ୍ତୁ

ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଲାଭ କ’ଣ ଜାଣନ୍ତୁ

ଭୁବନେଶ୍ୱର: ଆସିଗଲାଣି ଖରା ଦିନ। ବଢ଼ିଲାଣି ତାତି। ଖରା ଦିନ ଆସିବା ମାତ୍ରେ ବଜାରରେ ତାଜା ଏବଂ ସବୁଜ ଭେଣ୍ଡି ଆସିଥାଏ। ଭେଣ୍ଡି ଅଧିକାଂଶ ଲୋକଙ୍କ ପ୍ରିୟ ପନିପରିବା ମଧ୍ୟରୁ ଅନ୍ୟତମ। ଭେଣ୍ଡିକୁ ଯେଉଁ ଭାବରେ ପ୍ରସ୍ତୁତ କଲେ ତାହାର ସ୍ୱାଦକୁ ଭଲ ଲାଗେ। ଭେଣ୍ଡି କେବଳ ଏକ ସୁସ୍ବାଦୁ ପନିପରିବା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଖାଦ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଭେଣ୍ଡିରୁ କଣ ଫାଇଦା ମିଳିଥାଏ…

ଏହି ପରିବାରେ ଭଲ ପରିମାଣର ଭିଟାମିନ୍-ସି ଅଛି। ଯାହକୁ ଖାଇବା ଦ୍ବାରା ଚର୍ମକୁ ସୁସ୍ଥ ରଖିଥାଏ। ଏହା ବ୍ୟତୀତ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ଫାଇବର ଏବଂ ଫ୍ୟାଟି ଏସିଡ୍ ମିଳିଥାଏ। ହାର୍ଟକୁ ସୁସ୍ଥ ରଖେ- ହୃଦ୍ ରୋଗୀଙ୍କ ପାଇଁ ଭେଣ୍ଡି ମଧ୍ୟ ଅତ୍ୟନ୍ତ ଉପକାରୀ ପନିପରିବା। ଭେଣ୍ଡିରେ ପେକ୍ଟିନ୍ ନାମକ ଏକ ଉପାଦାନ ଥାଏ। ଯାହା ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରେ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶରୀରରେ ଖରାପ୍‌ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ। ଯେଉଁ ଲୋକ ପ୍ରତିଦିନ ଭେଣ୍ଡି ଖାଉଛନ୍ତି ସେମାନଙ୍କ ପାଖରେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ।

ମଧୁମେହକୁ ନିୟନ୍ତ୍ରଣ କରେ- ଯେଉଁମାନଙ୍କର ରକ୍ତରେ ସୁଗାର ଲେବଲ୍‌ ଅଧିକ ରହିଥାଏ, ସେମାନେ ଭେଣ୍ଡି ଖାଇବା ଉଚିତ୍। ଭେଣ୍ଡିରେ ଆଣ୍ଟି-ହାଇପରଗ୍ଲାଇସେମିକ୍ ଏବଂ ଆଣ୍ଟି-ଡାଇବେଟିସ୍ ତତ୍ତ୍ବ ଥାଏ। ଯାହା ରକ୍ତରେ ଗ୍ଲୁକୋଜର ସ୍ତରକୁ ହ୍ରାସ କରିଥାଏ। ଭେଣ୍ଡିରେ ଥିବା ଫାଇବର ରକ୍ତରେ ଗ୍ଲୁକୋଜକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ହୋଇଥାଏ। ଓଜନ ହ୍ରାସ କରେ- ଭେଣ୍ଡି ଖାଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଭେଣ୍ଡିରେ ମିଳୁଥିବା ଔଷଧିୟ ଗୁଣ ରହିଥାଏ ଭେଣ୍ଡିରେ ଫାଇବରରେ ଭରପୂର ମାତ୍ରାରେ ରହିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ପତଳା ହେବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଭେଣ୍ଡିକୁ ଡାଏଟରେ ସାମିଲ୍‌ କରନ୍ତୁ।

ହଜମକ୍ରିୟା ମଜବୁତ୍‌ ରଖେ- ଯେଉଁମାନଙ୍କର ହଜମକ୍ରିୟା ସହ ଜଡିତ ସମସ୍ୟା ଅଛି ସେମାନେ ଭେଣ୍ଡି ଖାଇବା ନିହାତି ଜରୁରୀ। ଭେଣ୍ଡିରେ ଅନେକ ଔଷଧିୟ ଗୁଣ ରହିଛି। ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ। ଗ୍ରୀଷ୍ମ ଋତୁରେ ପେଟ ଜନିତ ସମସ୍ୟା ଏବଂ ପୀଡିତ ବ୍ୟକ୍ତିମାନେ ନିଶ୍ଚିତ ଭାବରେ ଭେଣ୍ଡି ଖାଇବା ଉଚିତ୍। ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରେ- ଯେଉଁମାନେ ଭେଣ୍ଡି ଖାଆନ୍ତି, ସେମାନଙ୍କର ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଭେଣ୍ଡିରେ ଭିଟାମିନ୍-ସି ମିଳିଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking