ଭୁବନେଶ୍ୱର : ଲେମ୍ବୁ ପାଣି ପିଇଲେ ସ୍ୱାସ୍ଥ୍ୟର ଉପକାର ହୋଇଥାଏ । ଶୀତଦିନେ ଆପଣ ନିଶ୍ଚିତ ଭାବରେ ଏହାକୁ ଆପଣଙ୍କ ଖାଦ୍ୟର ଏକ ଅଂଶ କରିବା ଉଚିଚ । ଲେମ୍ବୁରେ ଭିଟାମିନ ସି ପ୍ରଚୁର ପରିମାଣରେ ମିଳିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯେଉଁଥିପାଇଁ ଆମେ ରୋଗରୁ ରକ୍ଷା ପାଇଥାଉ । ସକାଳେ ଲେମ୍ବୁ ସହିତ ମିଶ୍ରିତ ଉଷୁମ ପାଣି ପିଇବା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବିଷେଶଜ୍ଞଙ୍କ ଅନୁଯାୟୀ ଲେମ୍ବୁ ଏବଂ ଉଷୁମ ପାଣି ଖାଇବା ଦ୍ୱାରା ଶରୀରର ଶକ୍ତି ବଜାୟ ରହିଥାଏ । ଲେମ୍ବୁ ପାଣି ଆମ ଚର୍ମର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ଚର୍ମର ଶୁଷ୍କତାକୁ ହ୍ରାସ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ହ୍ରାସ କରେ । ଥଣ୍ଡା ଏବଂ କାଶରେ ପୀଡିତ ଲୋକଙ୍କ ପାଇଁ ଲେମ୍ବୁ ପାଣି ମଧ୍ୟ ଲାଭଦାୟକ ଅଟେ ।