ଭୁୁବନେଶ୍ୱର: ଭଜା ଅଦାରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି ବୋଲି ବିବେଚନା କରାଯାଏ । କଞ୍ଚା ଅଦା ପାଚନ ଶକ୍ତିକୁ ଉନ୍ନତ କରେ । ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ । ଭଜା ଅଦା ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳେ । ଓଜନ ହ୍ରାସ କରିବା ରେ ସାହାଯ୍ୟ କରେ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟିଇମ୍ଫେ୍ଲମାଟୋରୀ ଗୁଣ ମିଳିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ମଜଭୁତ କରେ । ଭଜା ଅଦା ହୃଦରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ । ଏବଂ ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରେ । ରକ୍ତ ସଞ୍ଚାଳନକୁ ଉନ୍ନତ କରେ । ହୃଦୟକୁ ସୁସ୍ଥ ରଖେ । ଆୟୁର୍ୱେଦ ଅନୁସାରେ, ଅଦାରେ ସୁଗାରକୁ ନିୟନ୍ତ୍ରଣ କରିବାର କ୍ଷମତା ଅଛି । ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ଶରୀରରେ ଇନସୁଲିନର କାଯ୍ୟ କ୍ଷମତା ବୃଦ୍ଧି ପାଏ ଏବଂ ରକ୍ତରେ ଶର୍କରା ସ୍ତର ସ୍ଥିର ରୁହେ । ଏହା ସହିତ ଭଜା ଅଦା ମେଟାବୋଲିଜିମ ବୃଦ୍ଧି କରେ । ଯାହା ଓଜନକୁ ଶୀଘ୍ର ହ୍ରାସ କରେ । ଏହା ଭୋକକୁ ନିୟନ୍ତ୍ରଣ କରେ ।









