ଭୁବନେଶ୍ୱର: ଖାଲି ପେଟରେ କଞ୍ଚା ରସୁଣ ଖାଇବାର ଲାଭ ଜାଣନ୍ତୁ । ଲୋକମାନେ ସାଧାରଣରତଃ ସମସ୍ତ ପ୍ରକାର ଖାଦ୍ୟ ପସ୍ତୁତ କରିବାରେ ରସୁଣ ବ୍ୟବହାର କରନ୍ତି । ଏହାର ବାସ୍ନା ଏବଂ ସ୍ୱାଦ ଭଲ ରହିଥାଏ । ଯଦି ଆପଣ ନିୟମିତ ଭାବରେ ଖାଲି ପେଟରେ କଞ୍ଚା ରସୁଣ ଖାଆନ୍ତି, ତେବେ ଏହା ପେଟ ଏବଂ ଅନ୍ତନଳୀ କର୍କଟ ରୋଗର ଆଶଙ୍କାକୁ ହ୍ରାସ କରେ । କଞ୍ଚା ରସୁଣରେ ଥିବା ଉପାଦାନ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । କଞ୍ଚା ରସୁଣ ଖାଇବା ଦ୍ୱାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିପାରେ । ଏହା ମଧୁମେହ, କୋଲେଷ୍ଟ୍ରଲ କିମ୍ବା ରକ୍ତଚାପ ସମସ୍ୟା ଥିବା ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ ।










