ଭୁବନେଶ୍ୱର : ଖଜୁରୀରେ ଉଚ୍ଚ ଫାଇବର ଥାଏ ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଶରୀରର ଆଇରନ ଓ ହିମୋଗ୍ଲୋବିନ ବୃଦ୍ଧିରେ ସାହାୟ୍ୟ କରେ । ରକ୍ତହୀନତା ଦଏଖାଯାଉଥିବା ଲୋକମାନଙକ୍ୁ ଖଜୁରୀ ଖାଇବା ଆବଶ୍ୟକ । ସକାଳେ ଖାଲି ପେଟରେ ଖଜୁରୀ ଖାଇବା ଶରୀରକୁ ତତ୍କ୍ଷଣାତ ଶକ୍ତି ଯୋଗାଇଥାଏ । ଶରୀରକୁ ସୁସ୍ଥ ଉପାୟରେ ଓଜନ ବଢାଇବାରେ ସାହାଯ୍ୟ କରେ । ରାତିରେ ପାଣିରେ ଭିଜାଇ ଖାଇବା ଦ୍ୱାରା ଏହାର ଲାଭ ଶରୀରକୁ ଦ୍ୱିଗୁଣିତ ମିଳେ । ମଧୁମେହ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ଖାଇବା ଉଚିତ । ଅଧିକ ଖଜୁର ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିପାରେ ।