26.1 C
Bhubaneswar
Saturday, July 12, 2025
Homeଓଡିଶାଖାଲି ପେଟରେ ନିମ ପତ୍ର ଚୋବାଇବାର ଲାଭ ଜାଣନ୍ତୁ

ଖାଲି ପେଟରେ ନିମ ପତ୍ର ଚୋବାଇବାର ଲାଭ ଜାଣନ୍ତୁ

ଭୁବନେଶ୍ୱର : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତି, ଯାହାର ସିଧାସଳଖ ପ୍ରଭାବ ଆମର ରୋଗ ପ୍ରତିରୋଧକ ଶକ୍ତି, ପାଚନ ଶକ୍ତି ଏବଂ ଚର୍ମ ଉପରେ ପଡ଼େ। ଡାକ୍ତରଙ୍କ ମତରେ, ନିମ ପତ୍ରରେ ମିଳୁଥିବା ରସ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ନିମ ପତ୍ରରେ ଫ୍ଲାଭୋନଏଡ୍ସ, ଗ୍ଲାଇକୋସାଇଡ୍ସ, ଟେର୍ପେନଏଡ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଉପାଦାନ ଥାଏ। ନିମ ପତ୍ର ଶରୀରର କୋଷଗୁଡ଼ିକୁ ଇନସୁଲିନ୍ ପ୍ରତି ସମ୍ବେଦନଶୀଳ କରିଥାଏ, ଯାହା ରକ୍ତ ଶର୍କରା ସ୍ତରକୁ ସନ୍ତୁଳିତ ରଖେ।

ନିମ ପତ୍ର ଚର୍ମକୁ ଭିତରୁ ଡିଟକ୍ସ କରିଥାଏ, ଯାହାଦ୍ୱାରା ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାର ହୋଇଯାଏ ଏବଂ ଚର୍ମ ମଧ୍ୟ ସୁସ୍ଥ ହୋଇଯାଏ। ସେହିପରି, ଯେଉଁମାନଙ୍କର ବ୍ରଣ ଅଛି ସେମାନେ ନିଜ ଦୈନନ୍ଦିନ ଜୀବନରେ ନିମ ପତ୍ରକୁ ସାମିଲ କରିପାରିବେ। ନିମ ଖାଇବା ଦ୍ୱାରା ମେଟାବୋଲିଜିମ୍ ଭଲ ହୁଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିପାରେ। ସକାଳେ ଖାଲି ପେଟରେ ନିମ ପତ୍ର ଚୋବାଇଲେ ଯକୃତ ସୁସ୍ଥ ରହିଥାଏ। ନିମ ଯକୃତକୁ ବିଷମୁକ୍ତ କରିବାରେ ସହାୟକ ହୋଇଥାଏ। ସକାଳେ ଖାଲି ପେଟରେ ନିମ୍ବ ପତ୍ର ଚୋବାଇଲେ ଦାନ୍ତର ଗଭାରୁ ମୁକ୍ତି ମିଳିଥାଏ, ଏହା ମୁଖର ପରିଷ୍କାରତାରେ ମଧ୍ୟ ସହାୟକ ହୋଇଥାଏ। ନିମ୍ବ ପତ୍ର ଚୋବାଇଲେ ପାଟିର ଦୁର୍ଗନ୍ଧ ଦୂର ହୁଏ, ମାଢ଼ିର ପ୍ରଦାହ କମିଯାଏ ଏବଂ ଦାନ୍ତକୁ ମଜବୁତ କରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking