ଭୁବନେଶ୍ୱର : ଶୀତ ଋତୁରେ କେଶର କିଭଳି ଯତ୍ନ ନେବା ଆସନ୍ତୁ ଜାଣିବା । ଖରା ଦିନ ଅପେକ୍ଷା ଶୀତଦିନେ ଆମ କେଶ ଶୁଷ୍କ ହୋଇଯାଏ । ଏଥିପାଇଁ ମଏଶ୍ଚରାଇଜିଂ ପାଇଁ ତେଲ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ କେଶ ଶୁଖିଲା ରହୁଛି ତେବେ ସପ୍ତାହକୁ ତିନି ଦିନରେ କେଶରେ କଣ୍ଡିସନର ଲଗାନ୍ତୁ । କେଶକୁ ଗରମ ପାଣିରେ ଧୋଇବା ବନ୍ଦ କରନ୍ତୁ । ଆପଣଙ୍କ କେଶକୁ ଭିତରରୁ ମଏଶ୍ଚରାଇଜ କରିବା ପାଇଁ ଯେତିକି ଆବଶ୍ୟକ ପାଣି ପିଅନ୍ତୁ । କିନ୍ତୁ ପାଣି ପିଇବା ଫଳରେ କେଶ ସୁସ୍ଥ ରହିବ ।










