ଭୁବନେଶ୍ୱର : ଶୀତ ଋତୁରେ ଆଖିର ଯତ୍ନ ନେବା ଆବଶ୍ୟକ । ବାୟୁରେ ଆର୍ଦ୍ରତା ଅଭାବରୁ ଆଖିରେ ଶୁଷ୍କତା ଦେଖାଯାଏ । ଯେଉଁ କାରଣରୁ ଆଖି ବେଳେବେଳେ ଲାଲ ହୋଇଯାଏ । ଆଖିର ଯତ୍ନ ପାଇଁ ପ୍ରଥମେ ଆଖିର ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ । ଯାହାକି ଡାକ୍ତରଙ୍କ ପରାମର୍ଶରେ ଆଇ ଡ୍ରପ ମଧ୍ୟ ବ୍ୟବହାର କରିପାରିବେ । ଆଖିକୁ ଥଣ୍ଡା ଏବଂ କ୍ଷତି କିରଣରୁ ରକ୍ଷା କରିବା ପାଇଁ ଚଷମା ବ୍ୟବହାର କରନ୍ତୁ । ଆଖିର ଯତ୍ନ ନେବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ ।ଆପଣ ଖାଉଥିବା ଖାଦ୍ୟରେ ଓମେବା -୩ ଫ୍ୟାଟି ଏସିଡ , ଭିଟାମିନ ଏ ଏବଂ ସି ଭରପୁର ଭାବେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଲୋକମାନେ ଥଣ୍ଡାପାଗରେ କମ ପାଣି ପିଅନ୍ତି ଯାହା ଆଖିର ଶୁଷ୍କତା ସହିତ ଡିହାଇଡ୍ରେସନ ହୋଇପାରେ । ଲୋକମାନେ ଶୀତଦିନେ ଘରେ ରହି ମୋବାଇଲ , ଟିଭି ଅଧିକ ବ୍ୟବହାର କରିବା ଦ୍ୱାରା ଲାଇଟ ଆଖି ଉପରେ ପଡି ଚାପ ସୃଷ୍ଟି କରିଥାଏ । ରାତିରେ ଶୋଇବା ପୂର୍ୱରୁ ଉଷୁମ ପାଣିରେ ଆଖି ଧୋଇବା ଆବଶ୍ୟକ । ଯାହା ଫଳରେ ଆଖିକୁ ଆରାମ ମିଳିଥାଏ ।