ଭୁବନେଶ୍ୱର : ଶୀତଦିନେ ଶରୀରକୁ ଗରମ ରଖିବା ପାଇଁ କରନ୍ତୁ ଘରୋଇ ଉପଚାର । ଆସନ୍ତୁ ଜାଣିବା କଣ ରହିଛି ଉପାୟ । ଏକ ଗ୍ଲାସ ଗରମ କ୍ଷୀରରେ କଦଳୀ ମିଶାଇ ପିଅନ୍ତୁ । କଦଳୀରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ଶରୀରକୁ ଭିତରୁ ଗରମ ରଖେ । ଗୋଟିଏ ଚାମଚ ଅଦା ରସ ସହିତ ସେଥିରେ ଅଧା ଚାମଚ ମହୁ ମିଶାଇ ଖାଆନ୍ତୁ ଏବଂ ଚା କରନ୍ତୁ । ଥଣ୍ଡା କାଶରୁ ରକ୍ଷା କରିଥାଏ । ଶୀତଦିନେ ଦିନସାରା ଗରମ ପାଣି ପିଇବାର ଅଭ୍ୟାସ କରିଲେ ଭଲ । ବେଳେବେଳେ ଏଥିରେ ଏକ ଚାମଚ ଲୁଣ ମିଶାନ୍ତୁ । ଏହା ଶରୀରକୁ ହାଇଡ୍ରେଟ ରଖେ । ଏବଂ ଶୀତରୁ ରକ୍ଷା କରିଥାଏ । ଶୀତଦିନେ ନିୟମିତ ଯୋଗ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବଢିଥାଏ । ଏବଂ ଶରୀରକୁ ଗରମ ରଖିଥାଏ ।