ନୂଆଦିଲ୍ଲୀ: ବିଗବସ ରିଆଲିଟି ଶୋ’ ଦେଖିବା ପାଇଁ ଯୁବପିଢି ବେଶ ଆଗ୍ରହ ପ୍ରକାଶ କରିଛନ୍ତିା ମୋବାଇଲ ହେଉ କି ଟିଭି ଦେଖିଥାନ୍ତି ଏହି ଶୋ । ବିଗବସ ହେଉଛି ଟିଭି ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟିଆରପି ଥିବା ଶୋ । ଏହାର ଲୋକପ୍ରିୟତାର କାରଣ ହେଉଛି ଶୋ’ର ହୋଷ୍ଟ ସଲମାନଖାନ । ଏହି କାରଣରୁ ସେ ବହୁ ବର୍ଷ ଧରି ବିଗ ବସର ପ୍ରାୟ ପ୍ରତ୍ୟେକ ସିଜିନକୁ ହୋଷ୍ଟ କରିଆସୁଛନ୍ତି । ଶୋରେ ଲୋକପ୍ରିୟତା ବଢିବା ସହିତ ହୋଷ୍ଟଙ୍କ ଫିସ ମଧ୍ୟ ବହୁତ ବଢିଛି । କୁହାଯାଉଛି ଯେ, ଏହି ଶୋର ହୋଷ୍ଟିଂ ପାଇଁ ସଲମାନଖାନ ଏତେ ଅଧିକ ଫିସ ନିଅନ୍ତି ଯେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନେ ସମ୍ପୁର୍ଣ୍ଣ ଫିଲ୍ମରେ ପାଇଁ ଏତେ ଟଙ୍କା ପାଉନଥିବେ । ଯଦି ରିପୋର୍ଟଗୁଡିକୁ ବିଶ୍ୱାସ କରାଯାଏ, ତେବେ ଏହି ଶୋ’ ପାଇଁ ସଲମାନ ୧୫ କୋଟି ଟଙ୍କା ନେଉଥିବା ଆକଳନ କରାଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫିସ ସମ୍ପୁର୍ଣ୍ଣ ବିଗବସ ସିଜିନ ପାଇଁ ନୁହେଁ ବରଂ ଗୋଟିଏ ଏପିସୋଡ ପାଇଁ ନିଅନ୍ତି । ସଲମାନ ବିଗବସ ଶୋ’ ଭଲ ହୋଷ୍ଟ କରନ୍ତି ବୋଲି କୁହାଯାଉଛି । ପ୍ରଶଂସକମାନେ ମଧ୍ୟ ବେଶ ଭଲପାଇବା ଦେଉଛନ୍ତି ।










