ପୁରୀ: ପୁରୀରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଛୁରା ମାଡରେ ଦାଦା ଓ ପୁତୁରା ଆହତ ହୋଇଛନ୍ତି । ବ୍ୟବସାୟିକ ଶତ୍ରୁତାରୁ ଆକ୍ରମଣ କରିଥିବା ନେଇ ହୋଇଛି ଅଭିଯୋଗ । ଏନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଘଟଣା ଘଟାଇବା ପରେ ଅଭିଯୁକ୍ତ ସ୍ଥାନ ଛାଡି ଫେରାର୍ ହୋଇଯାଇଛି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ଚାଲିଛି ପ୍ରୟାସ ।










