21.1 C
Bhubaneswar
Tuesday, December 23, 2025
Homeଓଡିଶାକିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା : ରାଜଧାନୀରେ ଗର୍ଜିଲେ ଏଆଇଡିଏସ୍‌ଓ

କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା : ରାଜଧାନୀରେ ଗର୍ଜିଲେ ଏଆଇଡିଏସ୍‌ଓ

ଭୁବନେଶ୍ୱର :କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀକୁ ଦଣ୍ଡ ସହିତ ନେପାଳର ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ବିତାଡିତ କରିଥିବା କର୍ତ୍ତୃପକ୍ଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା, କିଟ୍‌ରେ ଅଧ୍ୟୟନରତ ନେପାଳ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, କ୍ୟାମ୍ପସ ଚାରିପଟେ ସମସ୍ତ ମଦ ଓ ମାଦକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଗୁଡିକ ତୁରନ୍ତ ବନ୍ଦ କରିବାକୁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା ତଥା ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ ବନ୍ଦ ଦାବିରେ ଏଆଇଡିଏସଓ ପକ୍ଷରୁ ସଚ୍ଚିବାଳୟ ସମ୍ମୁଖରେ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଆଇଡିଏସଓ ପକ୍ଷରୁ ଆମ ରାଜ୍ୟ ତଥା ଦେଶ ବ୍ୟାପୀ ଏହି ଘଟଣା ପ୍ରତିବାଦରେ ପ୍ରତିବାଦ କାର୍ଯ୍ୟକ୍ରମ ଚାଲିଛି । ଆଜିର ଛାତ୍ର ବିକ୍ଷୋଭରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥ, ଉପ-ସଭାପତି ନିରୁପମା ବେହେରା, ଭାଗ୍ୟରବି ଦାସ, ଅଫିସ ସମ୍ପାଦକ ନସିମ ସରକାର, କୋଷାଧ୍ୟକ୍ଷା ସର୍ପ୍ତଷିନୀ ରାଉଳ, ପରମାନନ୍ଦ ସାହୁ, ବିନୋଦ ସେଠୀ, ନାରାୟଣ ନାୟକ, ତରୁଣସେନ ନାୟକ, ଈଷା ଧର ପ୍ରମୂଖ ନେତୃତ୍ୱ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking