31.1 C
Bhubaneswar
Friday, February 6, 2026
Homeଓଡିଶାନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ କିଟ୍ ବିଶ୍ଵ ବିଦ୍ୟାଳୟ ଦାୟୀ: ୟୁଜିସି

ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ କିଟ୍ ବିଶ୍ଵ ବିଦ୍ୟାଳୟ ଦାୟୀ: ୟୁଜିସି

ଭୁବନେଶ୍ଵର: କିଟ୍ ବିଶ୍ଵ ବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା ପାଇଁ ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି କିଟ୍ ବିଶ୍ବ ବିଦ୍ୟାଳୟକୁ ଦାୟୀ କରିଛି। କମିଟି ନିଜ ରିପୋର୍ଟରେ କଲେଜର ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବା ଦର୍ଶାଇଛି। ହଷ୍ଟେଲରେ ଛାତ୍ର-ଛାତ୍ରୀମାନଙ୍କୁ ଦିଆଯାଇଥିବା ସମସ୍ୟା ଅତ୍ୟନ୍ତ ନିମ୍ନମାନର। କିଟ୍ ବିଶ୍ଵ ବିଦ୍ୟାଲୟରେ ବେଆଇନ ଏବଂ ବେନିୟମ କାର୍ଯ୍ୟକଳାପକୁ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରାଯାଇଛି। ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଯୌନ ଉତ୍ପୀଡ଼ନ ଅଭିଯୋଗର ସଠିକ୍ ସମାଧାନ ନ ହେବା, ହଷ୍ଟେଲରେ ଆବଶ୍ୟକୀୟ ସୁବିଧାର ଅଭାବ,  ଛାତ୍ର-ଛାତ୍ରୀଙ୍କ ଉପରେ ଶାରୀରିକ ବଳ ପ୍ରୟୋଗ କରିବାରୁ କିଟ୍‌ ବିଶ୍ଵ ବିଦ୍ୟାଳୟରେ ଘଟଣା ଘଟିଥିବା ୟୁଜିସି ନିଜ ରିପୋର୍ଟରେ କହିଛି। ହଷ୍ଟେଲରେ ଛୋଟ ରୁମରେ ତିନି ଜଣ ଛାତ୍ରୀଙ୍କୁ ରଖା ଯାଉଥିଲା। ବିଦେଶୀ ଛାତ୍ର-ଛାତ୍ରୀଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୌଣସି ସୁବିଧା ପ୍ରଦାନ କରାଯାଇ ନ ଥିଲା। ଯୌନ ଉତ୍ପୀଡ଼ନ ଅଭିଯୋଗକୁ କିଟ୍ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଣଦେଖା କରୁଥିଲେ କିମ୍ବା ବେଆଇନ ଭାବେ ଚପାଇ ଦେବାକୁ ଉଦ୍ୟମ କରୁଥିଲେ ୟୁଜିସି ନିଜ ରିପୋର୍ଟରେ ଉଲ୍ଲେଖ କରିଛି।

ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ କଲେଜ୍ କର୍ତ୍ତୃପକ୍ଷ ନେପାଳୀ ଛାତ୍ର-ଛାତ୍ରୀଙ୍କୁ ବଳପୂର୍ବକ କଲେଜ୍ କ୍ୟାମ୍ପସରୁ ବାହାର କରିଥିଲେ। ସେମାନଙ୍କୁ କୌଣସି ସହାୟତା ଦିଆଯାଇ ନ ଥିଲା। ଓଲଟା କଲେଜର ସୁରକ୍ଷାକର୍ମୀ ଛାତ୍ର-ଛାତ୍ରୀଙ୍କ ବିରୋଧରେ ଶାରୀରକ ବଳ ପ୍ରୟୋଗ କରିଥିଲେ। କିଟ୍‌ର ଆଇସିସି କମିଟିର ସଦସ୍ୟଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ୟୁଜିସି ସୁପାରିଶ କରିଛି। ସୂଚନାଯୋଗ୍ୟ, ଆତ୍ମହତ୍ୟା କରିବା ପୂର୍ବରୁ ଛାତ୍ରୀ ଜଣକ ଦୁଇ ଦୁଇ ଥର କଲେଜ୍ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲେ। ଗତ ଫେବୃଆରୀ ୧୬ ତାରିଖରେ ନେପାଳର ଜଣେ ତୃତୀୟ ବର୍ଷର ବିଟେକ୍ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking