ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା(୧୯)ଙ୍କ ମୃତ୍ୟୁ ମାମଲାରେ ଆଜି ଅପରାହ୍ଣରେ ଗିରଫ ହୋଇଥିବା ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଭୁବନେଶ୍ୱର ଜେଏମ୍ଏଫ୍ସି-୨ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତି, ସୁଧୀର ରଥଙ୍କୁ ଜାମିନଙ୍କ ସମେତ ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ୍ବଣ୍ଡରେ ଜାମିନ ଆଧାରରେ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି।









