21.1 C
Bhubaneswar
Tuesday, December 30, 2025
Homeଓଡିଶାକିଟ୍ ଛାତ୍ର ଆତ୍ମହତ୍ୟା: ସହପାଠିନୀଙ୍କୁ ଦାୟୀ କଲେ ଛାତ୍ରଙ୍କ ମାଆ

କିଟ୍ ଛାତ୍ର ଆତ୍ମହତ୍ୟା: ସହପାଠିନୀଙ୍କୁ ଦାୟୀ କଲେ ଛାତ୍ରଙ୍କ ମାଆ

ଭୁବନେଶ୍ୱର: କିଟ୍ ଛାତ୍ର ରାହୁଲ ଯାଦବ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ମାଆ । ପ୍ରେସ୍ ସମ୍ପର୍କକୁ ନେଇ ସହପାଠିନୀଙ୍କୁ ଦାୟୀ କଲେ ରାହୁଲଙ୍କ ମାଆ । ଛାତ୍ରଙ୍କ ମାଆ କହିଛନ୍ତି ଅନେକ ସମୟରେ ମୋ ପୁଅକୁ ଧମକ ଚମକ ଦିଆଯାଉଥିଲା । କିଛି ଦିନ ହେବ ମୋ ପୁଅ ମାନସିକ ଚାପରେ ରହୁଥିଲା । ମୋ ପୁଅ ଉପରେ ନଜର ରଖିବାକୁ ହଷ୍ଟେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲି । ହେଲେ ହଷ୍ଟେଲ୍ କର୍ତ୍ତୃପକ୍ଷ ମୋ କଥାକୁ ଗୁରୁତ୍ୱ ଦେଇନାହାଁନ୍ତି । ଯେଉଁଥି ପାଇଁ ମୋ ପୁଅର ଜୀବନ ଚାଲିଗଲା । ତଦନ୍ତ କରି ତୁରନ୍ତ ନ୍ୟାୟ ଦାବି କଲେ ରାହୁଲ ଯାଦବଙ୍କ ମାଆ । ସୂଚନାଯୋଗ୍ୟଆଜି ସକାଳେ ସନ୍ଦେହଜନକ ଅବସ୍ଥାରେ କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଛତିଶଗଡ ଜିଲ୍ଲାର ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ ଯାଦବ ।ଘଟଣା ପରେ ମୃତକଙ୍କ ରୁମମେଟମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାହୁଲଙ୍କ ମୃତଦେହକୁ ଜବତ କରି ଏକ ଘରୋଇ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଏନେଇ ତଦନ୍ତ କରୁଛି ।

କିଟ୍ ଛାତ୍ର ମୃତ୍ୟୁ: କମିସନରେଟ୍ ପୋଲିସର ପ୍ରେସ୍ ରିଲିଜ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking