29.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଛାତ୍ରୀଙ୍କୁ ଚୁମ୍ବନ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

ଛାତ୍ରୀଙ୍କୁ ଚୁମ୍ବନ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: କାନପୁରରେ ଜଣେ ନିଟ କୋଚିଂ ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଦ୍ୱାରା ଅଶ୍ଳୀଳ ଆଚରଣ ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କୁ ଗାଧୁଆଘରକୁ ନେଇ ଅଶ୍ଳୀଳ କାମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷକଙ୍କ ଭିଡିଓ ସିସିଟିଭିରେ କଏଦ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଶିକ୍ଷକଙ୍କ ନାମ ସାହିଲ ସିଦ୍ଦିକି ବୋଲି ଜଣାରପଡ଼ିଛି । ଶିକ୍ଷକ ସାହିଲ ସିଦ୍ଦିକିଙ୍କ ଏହି ଘୃଣ୍ୟ କାର୍ଯ୍ୟ ସିସିଟିଭିରେ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଶିକ୍ଷକ ଜଣକ ଛାତ୍ରୀଙ୍କୁ ପ୍ରଥମେ ଆଲିଙ୍ଗନ କରିବା ସହିତ ଜୋରଜବରଦସ୍ତ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା କାନପୁରର କାକାଦେବ କୋଚିଂ ମଣ୍ଡିର ପ୍ରତିଷ୍ଠିତ ନିଟ କୋଚିଂ ସେଣ୍ଟର ଅଟେ । ଯେଉଁଠାରେ ଶିକ୍ଷକ ସାହିଲ ସିଦ୍ଦିକି ବାୟୋଲୋଜି ଶିକ୍ଷା ପ୍ରଦାନ କରିଛି । ତାଙ୍କର ଏହି କାର୍ଯ୍ୟ ପରେ ସମଗ୍ର କାନପୁରରେ ଆଲୋଡ଼ପ ଦେଖାଦେଇଛି ।ଏହି ଘଟଣାପରେ ଅଭିଭାବକମାନେ ସେମାନଙ୍କ ପିଲାର ସୁରକ୍ଷାକୁ ନେଇ ବହୁତ ଭୟଭୀତ ହୋଇଯାଇଛନ୍ତି । ଏହି ପ୍ରସଙ୍ଗରେ କୋଚିଂ ନିର୍ଦ୍ଦେଶକ ଆଶିଷ ଶ୍ରୀବାସ୍ତବ କହିଛନ୍ତି ଯେ ପୂର୍ବରୁ ମଧ୍ୟ କୋଚିଂରେ ପଢ଼ୁଥିବା ଅନେକ ଛାତ୍ରୀ ଶିକ୍ଷକ ସାହିଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରମାଣ ଅଭାବରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନଥିଲା । କିନ୍ତୁ ଏଥର ପ୍ରମାଣ ପାଇବା ପରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଶିକ୍ଷକ ସାହିଲ ସିଦ୍ଦିକିଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking