27.1 C
Bhubaneswar
Wednesday, February 4, 2026
Homeଓଡିଶାଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ...

ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ କାର୍ଯ୍ୟ କରିବ କୃଷକ ମୋର୍ଚ୍ଚା: ଶୁଭ୍ରାଂଶୁ ମୋହନ ପାଢ଼ୀ

 ସଂଗଠନକୁ ମଜ୍‌ଭୁତ କରିବା ପାଇଁ ଗାଁକୁ ଗାଁ ଯିବ କୃଷକ ମୋର୍ଚ୍ଚା
ଭୁବନେଶ୍ୱର: ଚାଷୀ ସମସ୍ୟାର ସମାଧାନ କରି ସେମାନଙ୍କ ସାମଗ୍ରିକ ବିକାଶ ପାଇଁ କାନ୍ଧରେ କାନ୍ଧ ମିଳାଇ, ହାତକୁ ହାତ ମିଳାଇ କାର୍ଯ୍ୟ କରିବ ବିଜେପି କୃଷକ ମୋର୍ଚ୍ଚା। ଚାଷୀଙ୍କ ଉନ୍ନତି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏସବୁ ଯୋଜନାର ସଫଳ ରୂପାୟନ ସହ ସଂଗଠନକୁ ମଜ୍‌ଭୁତ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟ କରିବ ବୋଲି ବିଜେପି କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ କହିଛନ୍ତି। ବିଜେପି କୃଷକ ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶ୍ରୀ ପାଢ଼ୀଙ୍କୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ପାଢ଼ୀ କହିଛନ୍ତି ଯେ, ଚାଷୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଧ୍ୟାନ ଦିଆଯିବା ସହ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ ଭାବେ ପ୍ରୟାସ କରାଯିବ। ଓଡ଼ିଶାର ୭୩ ପ୍ରତିଶତ ଚାଷୀ ପରିବାରଙ୍କ ପାଖକୁ ସରକାରଙ୍କ ସମସ୍ତ ଯୋଜନା ସଠିକ୍ ଭାବେ ପହଂଚାଇବା ଆମର ପ୍ରଥମ ଲକ୍ଷ୍ୟ। ଚାଷୀମାନଙ୍କୁ ଆତ୍ମନିର୍ଭର କରି ବିଜେପି ପ୍ରତି ସେମାନଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଗାଁକୁ ଗାଁ ଯାଇ କାମ କରିବାକୁ ପଡ଼ିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କୃଷିକଲ୍ୟାଣ ଯୋଜନା ଯଥା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସଏଲ୍ ହେଲ୍‌ଥ କାର୍ଡ, କିଷାନ କ୍ରେଡିଟ କାର୍ଡ, ପିଏମ୍ କୃଷି ସିଂଚାଇ ଯୋଜନା ଭଳି ଯୋଜନା ଓ ଓଡ଼ିଶା ସରକାରଙ୍କ ସିଏମ୍ କିଷାନ ଯୋଜନା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀଙ୍କ ମୂଳଭୂତ ପରବର୍ତନ ହୋଇଛି। ସେମାନଙ୍କ ଆୟ ଦୁଇଗୁଣିତ ହେବାରେ ସହାୟକ ହୋଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ସଭା ପ୍ରାରମ୍ଭରେ କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ନୂତନ ସଭାପତିଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେ ନିଜ କାର୍ଯ୍ୟକାଳରେ ଚାଷୀମାନଙ୍କ ସମସ୍ୟା ନିରାକରଣ ଓ ବିଜେପି ପ୍ରତି ସେମାନଙ୍କର ଆସ୍ଥା ବୃଦ୍ଧି ପାଇଁ କରାଯାଇଥିବା ସଂଘର୍ଷ ଓ ପ୍ରୟାସ ବିଷୟରେ ଆଲୋକପାତ କରି ନୂତନ ନେତୃତ୍ୱକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବରିଷ୍ଠ ନେତା ରଞ୍ଜନ ପଟେଲ, ପୂର୍ବତନ ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ସୂର୍ଯ୍ୟନାରାୟଣ ମହାପାତ୍ର, ପୁଲିନ ପୁହାଣ, ରାମକୃଷ୍ଣ ପାତ୍ର, ଦିଲ୍ଲୀପ ସ୍ୱାଇଁ, ଶଙ୍କର୍ଷଣ ଜେନା, ପୂର୍ବତନ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ପ୍ରଶାନ୍ତ କୁମାର ସ୍ୱାଇଁ, ଜଗନ୍ନାଥ ମହାପାତ୍ର, ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ମନୋଜ କୁମାର ସାହୁ, ରାଜକିଶୋର ମେଣ୍ଡେଲି, ସୁମନ୍ତ ମହାରଣା, ଲକ୍ଷ୍ମୀକାନ୍ତ ତ୍ରିପାଠୀ, କେଶରୀ ଦୁର୍ଗା, କୌଶିକ ଚାନ୍ଦ, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି, ପୂର୍ଣ୍ଣିମା ଦାସ, ଶ୍ରୀନିବାସ ପ୍ରଧାନ, ଅଜୟ କୁମାର ପ୍ରଧାନଙ୍କ ସମେତ ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ବରିଷ୍ଠ କୃଷକ ନେତା ବିଶ୍ୱଜିତ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking