ପିପିଲି: କିନ୍ନର ହତ୍ୟା ମାମଲାରେ ଏନକାଉଣ୍ଟର । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରେ ପୁଲିସ ଗୁଳିରେ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ଆହତ ହୋଇଛନ୍ତି । ଏନକାଉଣ୍ଟରରେ ଅଭିଯୁକ୍ତର ବାମ ଗୋଡରେ ବାଜିଛି ଗୁଳି । ଆହତ ଅଭିଯୁକ୍ତକୁ କଟକ ସ୍ଥାନାନ୍ତର କରାଯାଇଛି । ଆଜି ପିପିଲି ପୁଲିସକୁ ଖବର ମିଳିଥିଲା ଯେ, କିନ୍ନର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୃଷ୍ଣ କାଣ୍ଡି ତାରକାଜୁ ନିକଟରେ ଦେଖାଯାଇଛି । ଅଭିଯୁକ୍ତକୁ ଧରିବାକୁ ପୁଲିସ ଟିମ ପିଛା କରିଥିଲେ । ପୁଲିସକୁ ଦଳକୁ ଦେଖି କୃଷ୍ଣ କାଣ୍ଡି ଖସିଯିବାକୁ ଚେଷ୍ଟା କରିଥିଲା । ଏହା ସହ ପୁଲିସ ଦଳ ଉପରେ ଗୁଳି ଚଳାଇଥିଲେ । ଏହାର ଜବାବରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା । ଅଭିଯୁକ୍ତ କାଣ୍ଡିଙ୍କ ଗୋଡରେ ଆଗାତ ଲାଗିଥିଲା । ପୋଲିସ ଦଳ ତାଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ପିପିଲି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଅଧିକ ଚିକିତ୍ସା ପାଇଁ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କ୍ରିଷ୍ଣା କାଣ୍ଡି ଧରାପଡିଥିଲେ ମଧ୍ୟ କିନ୍ନର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅପରାଧୀ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।










