26.1 C
Bhubaneswar
Sunday, June 15, 2025
Homeଦେଶ ବିଦେଶଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଙ୍ଗ୍‌ମେକର ସାଜିବେ କି ଟେସ୍‌ଲା ମୁଖ୍ୟ ?

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କିଙ୍ଗ୍‌ମେକର ସାଜିବେ କି ଟେସ୍‌ଲା ମୁଖ୍ୟ ?

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କିଛି କିଛି ରୋଚକ ଖବର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସଦ୍ୟ ହସ୍ତଗତ ହୋଇଥିବା ଏକ ରିପୋର୍ଟ ଅନୁସାରେ ଟେସ୍‌ଲା କମ୍ପାନୀର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଶିଳ୍ପପତି ଏଲୋନ୍ ମସ୍କ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଚାର ପ୍ରସାର ପାଇଁ ବ୍ୟାପକ ପରିମାଣର ଅର୍ଥ ଦାନ କରିଥିବା ଜଣାପଡିଛି । ତେବେ ଏଲୋନ୍ ମସ୍କ ଏପରି ସମୟରେ ଅର୍ଥଦାନ କରିଛନ୍ତି, ଯେତେବେଳେ କି ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଏବେର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ବରାବର ‘ଦେଶର ବିଶିଷ୍ଟ ଶିଳ୍ପପତି, ପୁଞ୍ଜିପତିଙ୍କ ଠାରୁ କର୍ପୋରେଟ୍ ଚାନ୍ଦା ସଂଗ୍ରହ କରୁଥିବାର ଅଭିଯୋଗ ଆଣିଛନ୍ତି । ଟ୍ରମ୍ପ୍‌ଙ୍କ କ୍ୟାମ୍ପେନ୍ ପାଇଁ ଏଲୋନ୍ ମସ୍କ ଏତେ ପରିମାଣର ଅର୍ଥ ଦାନ କରିବା ଏବେ ଆମେରିକା ନିର୍ବାଚନୀ ବାତାବରଣକୁ ବେଶ୍ ସରଗରମ କରିଦେଇଛି । ଏଲୋନ୍ ମସ୍କ ଦେଇଥିବା ରାଜନୈତିକ ଚାନ୍ଦା ପରିମାଣ ବର୍ତ୍ତମାନ ସୁଦ୍ଧା ଆମେରିକୀୟ ଦଳଗୁଡ଼ିକୁ ମିଳିଥିବା ନିର୍ବାଚନୀ ଚାନ୍ଦା ତୁଳନାରେ ସର୍ବାଧିକ ବୋଲି ଜଣାପଡିଛି ।
ଆମେରିକାର ରାଜନୈତିକ ଦୃଶ୍ୟପଟ୍ଟରେ ନିଜର ଏକ ଛାପ ସୃଷ୍ଟି କରିବା ପାଇଁ ତଥା ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ରାଷ୍ଟ୍ରପତି ଭବନ ଅର୍ଥାତ୍ ହ୍ୱାଇଟ୍‌ହାଉସକୁ ନିର୍ବାଚିତ କରି ପଠାଇବା ପାଇଁ କାର୍ୟ୍ୟ କରୁଥିବା ଏକ ସୁପର ରାଜନୈତିକ କମିଟି ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ, ଏହି ପରିମାଣ ଅର୍ଥ ଦାନ କରିଥିବା ଅନୁମାନ କରାଯାଉଛି । ସେହିପରି ବାସ୍ତବରେ ଏଲୋନ୍ ମସ୍କ କେତେ ପରିମାଣର ଅର୍ଥ ଚାନ୍ଦା ସୂତ୍ରରେ ପ୍ରଦାନ କରିଛନ୍ତି ସେସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥିଲେ ମଧ୍ୟ ଏହାର ପରିମାଣ ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଉଭୟ ମସ୍କ ଏବଂ ଟ୍ରମ୍ପ୍‌ଙ୍କ ନିର୍ବାଚନୀ ପ୍ରଚାର କ୍ୟାମ୍ପେନ୍ ପକ୍ଷରୁ ଏସମ୍ପର୍କରେ କୌଣସି ସୂଚନା ଦେବାକୁ ମଧ୍ୟ ମନା କରିଦିଆଯାଇଛି । ଅନ୍ୟପକ୍ଷେ ଆମେରିକାର ଚଇଉ (ପଲିଟିକାଲ୍ ଆକ୍ସନ୍ କମିଟି)ର କୋଷାଧ୍ୟକ୍ଷ କ୍ରିସ୍ ଗୋବର ମଧ୍ୟ ଏସମ୍ପର୍କରେ ଏବେ କିଛି କହିବାକୁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ, ଏଲୋନ୍ ମସ୍କ ଏପର୍ୟ୍ୟନ୍ତ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଖୁଲମ୍‌ଖୁଲ୍ଲା କୌଣସି ଦଳ କିମ୍ବା ପ୍ରାର୍ଥୀଙ୍କୁ ସର୍ବସାଧାରଣରେ ସମର୍ଥନ କରିନାହାଁନ୍ତି ।
ପ୍ରକାଶ, ବର୍ତ୍ତମାନ ସମୟରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଏବଂ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ବିତର୍କ ପ୍ରକ୍ରିୟା ଜାରି ରହିଛି । ଏକାଧିକ ବିତର୍କ କାର୍ୟ୍ୟକ୍ରମରେ ବାଇଡେନ୍ ସାମାନ୍ୟ ପଛରେ ପଡିଯାଉଥିବାର ଦେଖିବାକୁ ମିଳୁଛି । ସେହିପରି ନିଜ ଦଳ ପକ୍ଷରୁ ମଧ୍ୟ ବାଇଡେନ୍‌ଙ୍କ ଉପରେ ରାଷ୍ଟ୍ରପତି ଦୌଡରୁ ଓହରିଯିବା ପାଇଁ ଚାପ ପ୍ରୟୋଗ କରାଯାଉଥିବାର ମଧ୍ୟ ସମ୍ବାଦ ଆସିବାର ଲାଗିଛି । ଏସବୁ ମଧ୍ୟରେ ବାଇଡେନ୍‌ଙ୍କ ଦଳ ଡେମୋକ୍ରାଟିକ୍ ପାର୍ଟିକୁ ନିର୍ବାଚନୀ ଚାନ୍ଦା ଦେଇଥିବା ଏକାଧିକ କର୍ପୋରେଟ୍ ହାଉସ୍‌ଗୁଡ଼ିକ ଏବେ ନିଜ ଚାନ୍ଦା ଅର୍ଥକୁ ଫ୍ରିଜ୍ କରିଦେଇଥିବା ମଧ୍ୟ ଜଣାପଡିଛି । ସେମାନଙ୍କ ଦାବି ହେଉଛି ଯେ, ବାଇଡେନ୍ ଏବେ ଷ୍ଟେପ୍ ଡାଉନ୍ ଅର୍ଥାତ୍ ରାଷ୍ଟ୍ରପତି ଦୌଡରୁ ନ ଓହରିଲେ ସେମାନେ ଚାନ୍ଦା ଅର୍ଥ ଦେବେ ନାହିଁ । ସିଧାସଳଖ କହିଲେ ବାଇଡେନ୍‌ଙ୍କ ଏକ ବିପର୍ୟ୍ୟସ୍ତ ବିତର୍କ ପରେ ଦଳକୁ ଚାନ୍ଦା ପରିମାଣ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking