ଦେବଗଡ଼ : ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗମ୍ଭାରୀପାଲ ଗାଁରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅଜୟ ମୁଖୀ। ତାଙ୍କ ବାପାଙ୍କ ନାଁ କୁମର ମୁଖୀ ଗାଁ ନିକଟ ଏକ ପଡ଼ିଆରେ ଅଜୟ ମୁଖୀଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ସୂଚନା ପାଇ କୁଣ୍ଢେଇଗୋଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ବେଳେ ଏଥିପାଇଁ ସାଇଣ୍ଟିଫିକ ଟିମ୍ର ମଧ୍ୟ ସହାୟତା ନେଇଥିଲା। ତେବେ କିଏ ଓ କାହିଁକି ଅଜୟଙ୍କୁ ହତ୍ୟା କଲା ଜଣାପଡିନାହିଁ।










