17.1 C
Bhubaneswar
Saturday, December 20, 2025
Homeଅପରାଧକଲମ ପାଇଁ ସାଙ୍ଗକୁ ହତ୍ୟା

କଲମ ପାଇଁ ସାଙ୍ଗକୁ ହତ୍ୟା

ଭୋପାଳ : ମଧ୍ୟପ୍ରଦେଶର ମୌଗଞ୍ଜ ଜିଲ୍ଲାରେ ଜଣେ ୧୬ ବର୍ଷୀୟ ନାବାଳକକୁ ସାମାନ୍ୟ ଏକ କଲମ ପାଇଁ ହତ୍ୟା କରାଯିବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି। ହତ୍ୟାକାରୀ ଅନ୍ୟ କେହି ନୁହଁନ୍ତି ବରଂ ମୃତ ନାବାଳକର ଅନ୍ୟତମ ସହପାଠୀ। ଅଭିଯୁକ୍ତ ନାବାଳକକୁୂ ଏହି ହତ୍ୟାକାଣ୍ଡରେ ଆଉ ୨ ଜଣ ସହଯୋଗ କରିଥିଲେ। ତେବେ ଏହି ଘଟଣା ୧ ମାସ ପୂର୍ବର ହୋଇଥିବା ବେଳେ ମୃତଦେହକୁ ପୁଲିସ୍ ଏବେ ଏକ ନଦୀରୁ ଜବତ କରିଛି ଏବଂ ତଦନ୍ତ ପୂର୍ବକ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି।

ପୁଲିସ୍ ରିପୋର୍ଟ ଅନୁସାରେ ୯ ଏପ୍ରିଲରୁ ନିଖୋଜ ଥିବା ଜଣେ ନାବାଳକର କଙ୍କାଳକୁ ୯ ମେ’ରେ ମୌଗଞ୍ଜର ବହୁତି ଜଳପ୍ରପାତରୁ ଉଦ୍ଧାର କରାଯାଇଥିଲା। ମୌଗଞ୍ଜ ଏସପି ଦିଲୀପ ସୋନି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ମୃତ ନାବାଳକ ଏବଂ ତା’ର ଅଭିଯୁକ୍ତ ସାଙ୍ଗ ଗୋଟିଏ ଗାଁର ବାସିନ୍ଦା ଥିଲେ ଓ ନିକଟସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ଏକାଠି ପାଠ ପଢ଼ୁଥିଲେ। ତେବେ ୨୦୨୩ରେ ମୃତ ନାବାଳକଙ୍କ ଏକ ପେନ୍ ଚୋରି ହୋଇଯାଇଥିଲା ଯେଉଁଥିପାଇଁ ସେ ନିଜ ସାଙ୍ଗ (ଅଭିଯୁକ୍ତ ନାବାଳକ)କୁ ଦୋଷ ଦେଇଥିଲେ, ଯେଉଁ କାରଣରୁ କେବଳ ଦୁଇ ସାଙ୍ଗଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ତାହା ନୁହେଁ ବରଂ ଏହି ଘଟଣାକୁ ନେଇ ଦୁଇ ପରିବାରରେ ମଧ୍ୟ ବିବାଦ ବଢ଼ିଯାଇଥିଲା।

ଏହା ପରେ ମାମଲା କୌଣସି ପ୍ରକାରେ ସମାଧାନ ହୋଇଯାଇଥିଲା କିନ୍ତୁ ଅଭିଯୁକ୍ତ ସାଙ୍ଗ ସେହି ସମୟରେ ଏହି ଅପମାନର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲା। ୨ ବର୍ଷ ପରେ ସୁଯୋଗ ଦେଖି ଅଭିଯୁକ୍ତ ନାବାଳକଜଣକ ମୃତ ନାବାଳକଙ୍କୁ ଡାକି ନେଇଥିଲା ଏବଂ ପୂର୍ବରୁ ଲୁଚି ରହିଥିବା ତା’ର ଅନ୍ୟ ୨ ସହଯୋଗୀମାନେ ମିଳିତ ଭାବେ ନାବାଳକକୁ ହତ୍ୟା କରି ନଦୀରେ ଫିଙ୍ଗିଦେଇଥିଲେ। ସବୁକିଛି ଯୋଜନା ମୁତାବକ କରିଥିଲେ ମଧ୍ୟ ଅଭିଯୁକ୍ତ ନାବାଳକ ଗୋଟିଏ ଭୁଲ୍ କରିଦେଇଥିଲା। ଯେଉଁ ଦିନ ସେ ମୃତ ନାବାଳକକୁ ସାଙ୍ଗରେ ଡାକି ନେଇଥିଲା, ସେଦିନ ଗାଁର କିଛି ଲୋକ ସେମାନଙ୍କୁ ଏକାଠି ଦେଖିଥିଲେ। ଏହାପର ଠାରୁ ଆଉ ମୃତ ନାବାଳକଙ୍କୁ ଦେଖିବାକୁ ମିଳିନଥିବା ଗାଁ ଲୋକଙ୍କ ବୟାନ୍‌କୁ ଆଧାର କରି ପୁଲିସ୍ ଅଭିଯୁକ୍ତ ନାବାଳକକୁ ଜେରା କରିବା ସମୟରେ ସେ ସବୁକିଛି ସତ ମାନିଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking