29.1 C
Bhubaneswar
Monday, February 9, 2026
Homeଅପରାଧଚୁମ୍ବନ ଦେବାକୁ ମନା କରିବାରୁ ହତ୍ୟା କଲା ଯୁବକ

ଚୁମ୍ବନ ଦେବାକୁ ମନା କରିବାରୁ ହତ୍ୟା କଲା ଯୁବକ

ନୂଆଦିଲ୍ଲୀ: ବ୍ରାଜିଲରେ ଜଣେ ବ୍ୟକ୍ତି ତାଙ୍କ ସହକର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମହିଳା ଜଣକ ଚୁମ୍ବନ ଦେବାକୁ ମନା କରି ଦେବାରୁ ସହକର୍ମୀ ରାଗି ଯାଇ ହତ୍ୟା କରିଥିବା ଜଣାପଡ଼ିଛି। ଯେଉଁଥିରେ ୩୮ବର୍ଷୀୟ ମହିଳାଙ୍କୁ ହତ୍ୟା କରିଥିବା କଥା ସନ୍ଦିଗ୍ଧ ସ୍ୱୀକାର କରି କହିଛି, ‘ଉକ୍ତ ମହିଳା କର୍ମଚାରୀ ଜଣକ ମୋ ସହିତ କାମ କରୁଥିଲେ। ମୁଁ ତାଙ୍କୁ ଚୁମ୍ବନ ଦେବାକୁ କହିବାରୁ ସେ ମୋତେ ମନା କରିବା ସହିତ ଚାପୁଡ଼ା ମାରି ଠେଲି ଦେଇଥିଲେ। ଏହା ମୋର ଆତ୍ମସମ୍ମାନକୁ ଆଘାତ ପହଞ୍ଚାଇଥିଲା। ତେଣୁ ଏହାର ପ୍ରତିଶୋଧ ନେବା ପାଇଁ ମୁଁ ମହିଳା ସହକର୍ମୀଙ୍କୁ ହତ୍ୟା କରିଥିଲି। ଆଉ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିଲି।’ ପୁଲିସ ସୂତ୍ରରୁ ପ୍ରକାଶ, ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରି ହତ୍ୟାକାରୀ ସହକର୍ମୀଙ୍କୁ ଗିରଫ କରିଛୁ। ମୃତକଙ୍କ ସ୍ୱାମୀ ସ୍ତ୍ରୀ ଘରକୁ ଫେରିବା ବିଳମ୍ବ ହେବାରୁ ଫୋନ ଲଗାଇଥିଲେ।

କିନ୍ତୁ ଫୋନ ଲାଗି ନଥିଲା। ଏହାପରେ ସେ ସ୍ତ୍ରୀ କାମ କରୁଥିବା କମ୍ପାନିକୁ ଯାଇଥିଲେ ସେଠାରେ ବି ତାଙ୍କର କୌଣସି ସୂଚନା ମିଳି ନଥିଲା। ଏହାପରେ ପୁଲିସରେ ଖବର ଦେଇଥିଲେ। ପୁଲିସ ମୃତକ ସ୍ୱାମୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଖୋଜାଖୋଜି ଆରମ୍ଭ କରିଥିଲା। ମହିଳାଙ୍କ କମ୍ପାନିକୁ ଯାଇ ପଚରା ଉଚରା କରିଥିଲା। ଏହି ସମୟରେ ଜଣାପଡ଼ିଥିଲା କି ମହିଳା ଜଣକ ଯେବେଠାରୁ କମ୍ପାନିକୁ ଆସୁ ନାହାନ୍ତି ସେବେଠାରୁ ବେଷ୍ଟୋସ ସେଣ୍ଟୋସର ବି ଦେଖା ନାହିଁ। ଏହି ସୂଚନା ପାଇବା ପରେ ବେଷ୍ଟୋସ ସେଣ୍ଟୋସର ଘରକୁ ଯାଇ ପୁଲିସ ପହଞ୍ଚିଥିଲା। ହେଲେ ସେଠାରେ ବି ତାର କୌଣସି ସୂଚନା ମିଳି ନଥିଲା। ଏହାପରେ ପଡ଼ିଶା ଲୋକଙ୍କୁ ପୁଲିସ ବେଷ୍ଟୋସ ବିଷୟରେ ପଚାରିବାରୁ ସେମାନେ କହିଥିଲେ,ଦୁଇଦିନ ତଳେ ବେଷ୍ଟୋସ ଫାଉଡ଼ା ମାଗିବାକୁ ଆସିଥିଲା। ଫାଉଡା ତ ସେ ଫେରାଇ ଦେଇଥିଲା। ତା’ପରେ କେଉଁଆଡ ଯାଇଛି ତାର କୌଣସି ସୂଚନା ଆମ ପାଖରେ ନାହିଁ। ଏହାପରେ ପୁଲିସ ବେଷ୍ଟୋସ ଘର ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏଥିରେ ବେଷ୍ଟୋସ ଏକ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ପାଇଥିଲା।ଏହାକୁ ଆଧାର କରି ପୁଲିସ ମହିଳାଙ୍କ ହତ୍ୟା କରିଥିବା ସହକର୍ମୀ ବେଷ୍ଟୋସକୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking