32.1 C
Bhubaneswar
Sunday, March 29, 2026
Homeଓଡିଶାମାରି ଦେଲା ଦନ୍ତା

ମାରି ଦେଲା ଦନ୍ତା

ଅନୁଗୁଳ : ମାରିଦେଲା ଦନ୍ତା । ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି। ଗତ ସପ୍ତାହେ ହେଲା ବନ୍ତଳା ବନାଞ୍ଚଳ ଜାମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ସୂଚନା ମୁତାବକ, ବନ୍ତଳା ରେଞ୍ଜ ଗଡ଼ତଇଳା ଗାଁର କଷ୍ଟୁ ଦେହୁରୀ (୭୦) ଆଜି ସକାଳୁ ଗାଁ ନିକଟରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ବନ୍ତଳା ଗାଁର କୁମାରୀ ସାହୁ (୫୮) ଘର ନିକଟରେ ଫୁଲ ତୋଳୁଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking