ଗଞ୍ଜାମ: ଘର ଭିତରୁ ମୁର୍ମୂର୍ଷୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ । ବଡବଜାର ହରିଡାଖଣ୍ଡିରେ ଭଡା ଘରୁ ଉଦ୍ଧାର ପରେ ଏମକେସିଜିରେ ମୃତ୍ୟୁ ହୋଇଛି । ଯୁବକଙ୍କୁ ପିଟି ଗୁରୁତର କରିବା ପରେ ତାଲା ପକାଇ ଫେରାର ହୋଇଯାଇଛନ୍ତି ଅନ୍ୟ ଯୁବକ । ଟଙ୍କା ନେଣଦେଣକୁ ନେଇ ଫେରାର ଯୁବକ ନିଜ ବନ୍ଧୁଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










